ହାଇଦ୍ରାବାଦ: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ଦେଇଛନ୍ତି ଏଭଳି ଅଫର । ଫିଲ୍ମର ସୁଟିଂ ପାଇଁ ତାଙ୍କ ରାଜ୍ୟକୁ ବାଛିବା ପାଇଁ ସେ ଅନୁରୋଧ କରିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଛତିଶଗଡ଼ ସରକାରଙ୍କ ଉପଦେଷ୍ଟା ଗୌରବ ଦ୍ବିବେଦୀ ଦିଲ୍ଲୀରେ ସଲମାନଙ୍କୁ ଭେଟିଛନ୍ତି ।
![ଛତିଶଗଡ ମୁଖ୍ୟମନ୍ତ୍ରୀ ସଲମାନ ଖାନଙ୍କୁ ଦେଲେ ଅଫର](https://etvbharatimages.akamaized.net/etvbharat/prod-images/14512624_1.png)
ଅଭିନେତାଙ୍କ ସହ ସାକ୍ଷାତ ସମୟରେ ଗୌରବ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରି ସଲମାନ ଖାନଙ୍କ ସହ କଥା କରାଇଥିଲେ । ଏହି ସମୟରେ ବାଘେଲ ସଲମାନଙ୍କୁ ତାଙ୍କ ରାଜ୍ୟ ପରିଦର୍ଶନ କରି ଚଳଚ୍ଚିତ୍ରର ସୁଟିଂ ପାଇଁ ବିଭିନ୍ନ ସ୍ଥାନ ଦେଖିବାକୁ ଅନୁରୋଧ କରିଥିଲେ ।
ଗୌରବ ଦ୍ବିବେଦୀ କହିଛନ୍ତି, 'ଛତିଶଗଡର ନୂଆ ଚଳଚ୍ଚିତ୍ର ନୀତି ବିଷୟରେ ଅଭିନେତା ସଲମାନ ଖାନଙ୍କ ସହ ଆଲୋଚନା ହୋଇଛି, ଛତିଶଗଡରେ ସୁଟିଂ ପାଇଁ ଅନେକ ପର୍ଯ୍ୟଟନସ୍ଥଳ ରହିଛି। ଅଭିନେତା ମଧ୍ୟ ଭବିଷ୍ୟତରେ କିଛି ସୁଟିଂ ଯୋଜନା ସହିତ ଏଠାକୁ ଆସିବାକୁ ଆଗ୍ରହ ଦେଖାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ