ETV Bharat / sitara

ସୁଶାନ୍ତଙ୍କ ସ୍ମୃତିରେ ଭୂମିଙ୍କ ବଡ ପଦକ୍ଷେପ

‘ଏକ ସାଥ’ ଫାଉଣ୍ଡେଶନ ଜରିଆରେ 550 ଗରିବ ପରିବାରକୁ ଖାଦ୍ୟ ପ୍ରଦାନ କରିବେ ଲୋକପ୍ରିୟ ଅଭିନେତ୍ରୀ ଭୂମି ପେଡନେକର । ଅଧିକ ପଢନ୍ତୁ...

author img

By

Published : Jun 29, 2020, 10:09 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଭୂମ ପଡେନେକର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଭୂମ ପଡେନେକର

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ଫ୍ୟାନ୍ସ, ବନ୍ଧୁ ଓ କିଛି ସେଲିବ୍ରିଟି ସୋସିଆଲ ମିଡିଆରେ ତାଙ୍କ ସ୍ମୃତି ସେୟାର କରିବାରେ ଲାଗିଛନ୍ତି । ସେହିପରି ତାଙ୍କ ସ୍ମୃତିରେ ଅନେକ ଖାସ୍ କାମ କରୁଥିବାର ନଜର ଆସୁଛନ୍ତି ସେଲିବ୍ରିଟି । ଏମିତି କିଛି କାମ କରି ଚର୍ଚ୍ଚାରେ ସୁଶାନ୍ତଙ୍କ ଖାସ୍ ବନ୍ଧୁ ତଥା ଅଭିନେତ୍ରୀ ଭୂମି ପେଡନେକର । ବର୍ତ୍ତମାନ ତାଙ୍କର ଏହି ମହାନ କାର୍ଯ୍ୟର ପ୍ରଶଂସା ସୋସିଆଲ ମିଡିଆରେ କରାଯାଇଛି ।

କଥାଟି ହେଲା ଯେ ସୁଶାନ୍ତଙ୍କ ସ୍ମୃତିରେ ଭୂମି 550 ପରିବାରକୁ ଖାଦ୍ୟ ଯୋଗାଇବେ । ଖାଦ୍ୟ ସେ କୋରୋନା ଭାଇରସରେ ପ୍ରଭାବିତ ହୋଇଥିବା ପରିବାରକୁ ଯୋଗାଇବେ । ଯାହାର ଖୁଲାସା ନିର୍ମାତା, ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ପତ୍ନୀ ସୋସିଆଲ ମିଡିଆରେ କରିଥିଲେ ।

ପ୍ରଜ୍ଞା କପୁର ଇନଷ୍ଟାଗ୍ରାମ ପୋଷ୍ଟରେ ଜଣାଇଛନ୍ତି, ‘ତାଙ୍କ ବେସରକାରୀ ସଗଠନ ‘ଏକ ସାଥ’ ସାହାଯ୍ୟରେ ଗରିବ ଲୋକଙ୍କୁ ସୁଶାନ୍ତଙ୍କ ସ୍ମୃତିରେ ଖାଦ୍ୟ ଦିଆଯିବ । ସେହିପରି ଭୂମି ମଧ୍ୟ ‘ଏକ ସାଥ’ ସହ ମିଶି ଏହି ମହାନ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

ସେପଟେ ଭୂମି ମଧ୍ୟ ଇନଷ୍ଟାଗ୍ରାମରେ ପ୍ରଜ୍ଞାଙ୍କ ସେହି ଫଟୋକୁ ସେୟାର କରିଛନ୍ତି । ଯେଉଁଥିରେ ସୁଶାନ୍ତଙ୍କ ଫଟୋ ସହ ତାଙ୍କର ବାର୍ତ୍ତା ଦେଖିବାକୁ ମିଳୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.