ମୁମ୍ବାଇ: ଲକଡାଉନ ସମୟରେ ସମସ୍ତ ସେଲିବ୍ରିଟି ନିଜ ଘରେ ଅଛନ୍ତି । ଏହି ସମୟରେ ଅଭିନେତ୍ରୀ ଭୂମି ପେଡନେକର ତାଙ୍କ ମା ସୁମିତ୍ରା ପେଡନେକରଙ୍କ ଠାରୁ ହାଇଡ୍ରୋପୋନିକ୍ସ ଚାଷ ବିଷୟରେ ଶିଖିବାକୁ ନିଷ୍ପତ୍ତି ନେଇଛନ୍ତି । ଅଭିନେତ୍ରୀ ଭୁମି କହିଛନ୍ତି ଯେ, ମୁଁ ସବୁବେଳେ ଚାହୁଁଥିଲି ଯେ ଆମର ଗୋଟିଏ ହାଇଡ୍ରୋପୋନିକ୍ସ ଚାଷ ଜମି ଥାଉ ଏବଂ ସେହି ଚାଷ ଜମିରେ ବିଭିନ୍ନ ପ୍ରକାରର ପନିପରିବା ଚାଷ କରାଯାଉ ।
ଭୂମି କହିଛନ୍ତି ଯେ,ମୃତ୍ତିକାବିହୀନ ଚାଷକୁ ହାଇଡ୍ରୋପୋନିକ୍ସ ଚାଷ କୁହାଯାଏ। ଏହି ଚାଷରେ ପାରମ୍ପାରିକ ଉପାୟରେ ମାଟିର ବ୍ୟବହାର ନକରି ଏହା ଏକ ଖଣିଜ ସମୃଦ୍ଧ, ଏବଂ ଜଳ ସମୃଦ୍ଧ କୌଶଳର ଚାଷ ସହିତ ଜଡିତ । ଭୂମି କହିଛନ୍ତି ଯେ ଲକଡାଉନ ସମୟରେ ସେ ପ୍ରକୃତିର ନିକଟତର ହେବାକୁ ଯାଇ ଚାଷ ବିଷୟରେ ଶିଖିବାକୁ ନିଷ୍ପତ୍ତି ନେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ