ହାଇଦ୍ରାବାଦ: ଅକ୍ଷୟ କୁମାର ଓ ବିଦ୍ୟା ବାଲନଙ୍କ ହରର-କମେଡି ଫିଲ୍ମର ସ୍ବିକେଲର ପୋଷ୍ଟରକୁ ରିଲିଜ କରାଯାଇଛି । ପୋଷ୍ଟରରେ କାର୍ତ୍ତିକ ଆର୍ଯ୍ୟନଙ୍କୁ ଦେଖିବାକୁ ମିଳିଛି । ଫିଲ୍ମର ପ୍ରଥମ ପୋଷ୍ଟରରେ କାର୍ତ୍ତିକ ସମ୍ପୂର୍ଣ୍ଣ ଭାବେ ଅକ୍ଷୟ କୁମାରଙ୍କ ଡୁପ୍ଲିକେଟ ଭଳି ହିଁ ନଜର ଆସିଛନ୍ତି ।
ଭୁଲ ଭୁଲୈୟାର ଏହା ସିକ୍ବେଲ ହୋଇଥିବାରୁ ଫଟୋରେ କାର୍ତ୍ତିକ ଦ୍ବିତୀୟ ବୋଲି ଆଙ୍ଗୁଠିରେ ଇଶାରା ଦେଇଛନ୍ତି । ଅନ୍ୟ ଏକ ଫଟୋରେ ସ୍କେଲିଟନଙ୍କ ମଝିରେ କାର୍ତ୍ତିକ ଶୋଇଥିବାର ନଜର ଆସିଛନ୍ତି । ଫିଲ୍ମଟି 31 ଜୁଲାଇ 2020ରେ ରିଲିଜ କରାଯିବ ।
ତେବେ ଫିଲ୍ମର ନିର୍ମାଣ ଭୂଷଣ କୁମାରଙ୍କ ଟି-ସିରିଜ ବ୍ୟାନରରେ କରାଯିବ ଓ ନିର୍ଦ୍ଦେଶନାର ଭାଇ ସମ୍ଭାଳିବେ ଅନିଜ ବାଜମୀ । ପ୍ରଥମ ଭାଗରେ ଅକ୍ଷୟ ଜଣେ ମନୋଚିକିତ୍ସକ ଭୂମିକାରେ ନଜର ଆସିଥିଲେ । ଫିଲ୍ମଟିକୁ ଦର୍ଶକ ମଧ୍ୟ କାଫି ପସନ୍ଦ କରିଥିଲେ ।