ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବ୍ୟାଟ ବାଲାନ୍ସ ଚ୍ୟାଲେଞ୍ଜ ନିଜ କ୍ରିକେଟର ସ୍ବାମୀ ବିରାଟ କୋହଲିଙ୍କ ସହିତ ସାମିଲ ହୋଇଛନ୍ତି । ଯେଉଁଥିରେ ସେ ହାତ ଆଙ୍ଗୁଳି ଟିପରେ ବ୍ୟାଟର ସନ୍ତୁଳନ ରକ୍ଷା କରିବା ପାଇଁ ଉଦ୍ୟମ କରୁଛନ୍ତି । ଅନୁଷ୍କା ଏହି ଭିଡ଼ିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିବା ବେଳେ ଏହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।
- " class="align-text-top noRightClick twitterSection" data="
">
ବିରାଟ MX TakaTak ଆପ୍ ସହିତ ଏକ ସହଯୋଗ ସ୍ଥାପନ କରିଛନ୍ତି । ଏଣୁ ସେ TakaTakରେ ଏହି ଭିଡିଓ କରି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିବା ସହିତ ଫ୍ୟାନ୍ସଙ୍କୁ ବ୍ୟାଟ ବାଲାନ୍ସ ଚ୍ୟାଲେଞ୍ଜ ଦେଇଛନ୍ତି । ଏହି #BatBalance challengeକୁ ବିରାଟ ଛୋଟ ଭିଡିଓ ସେୟାର କରାଯାଉଥିବା ପ୍ଲାଟଫର୍ମରେ ପୋଷ୍ଟ କରିଥିଲେ । MX TakaTak ଆପ୍ ବ୍ୟବହାରକାରୀଙ୍କ ସମେତ ଅନ୍ୟ ଫ୍ୟାନ୍ସମାନେ ବିରାଟଙ୍କ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ଡୁଏଟ ଭିଡିଓ କରୁଛନ୍ତି ଏବଂ ହ୍ୟାସଟାଗ୍ ସହିତ ଭିଡିଓକୁ ପୋଷ୍ଟ କରୁଛନ୍ତି ।
ଏହି ଚ୍ୟାଲେଞ୍ଜକୁ ଅନୁଷ୍କା ମଧ୍ୟ ଗ୍ରହଣ କରି ଭିଡିଓ କରିବା ସହିତ ଚ୍ୟାଲେଞ୍ଜ ସଫଳ ହୋଇଛନ୍ତି । ଏହି ଭିଡିଓକୁ ପୋଷ୍ଟ କରି ଅନୁଷ୍କା ଲେଖିଛନ୍ତି ଯେ TakaTak #BatBalance challenge ବିରାଟଙ୍କ ସହିତ କରି ମୋତେ ଖୁସି ମିଳିଛି । ଏହାସହିତ ଏଭଳି ଭିଡିଓ କରି ପୋଷ୍ଟ କରିବାକୁ ସେ ଇନଷ୍ଟାଗ୍ରାମ ଓ ଟକାଟକ୍ ଆପ୍ ବ୍ୟବହାରକାରୀଙ୍କୁ କହିଛନ୍ତି । ଅନୁଷ୍କା ଆଗକୁ ଝୁଲଣ ଗୋସ୍ବାମୀଙ୍କ ବାଓପିକ 'କନେଡା'ରେ ନଜର ଆସବାକୁ ଯାଉଛନ୍ତି ।