ନୂଆଦିଲ୍ଲୀ: ଗାୟକ, ସଙ୍ଗୀତକାର ବାପ୍ପି ଲହରୀଙ୍କ ଗୋଟିଏ ଗୀତ ମାର୍ବଲ ଷ୍ଟୁଡିଓ ନିଜ ଫିଲ୍ମର ଅଂଶ ବନାଇବାକୁ ଯାଉଛି । ଏହି ଅବସରରେ ବାପ୍ପି କହିଛନ୍ତି କି ମାର୍ବଲ ଷ୍ଟୁଡିଓ ସହ ତାଙ୍କର ବର୍ତ୍ତମାନ କଥାବାର୍ତ୍ତା ଚାଲିଛି । ଏହା ପୂର୍ବରୁ ମଧ୍ୟ ବାପ୍ପିଙ୍କ ଲୋକପ୍ରିୟ ଗୀତ 'ଝୁମ ଝୁମ ଝୁମ ବାବା' 2017ରେ ଆମେରିକା ଫିଲ୍ମ 'ନାର୍ଜିୟନ୍ସ ଅଫ ଦ ଗ୍ୟାଲେକ୍ସୀ-2'ର ହିନ୍ଦୀ ଭାଷାର ପ୍ରମୋସନାଲ କ୍ଲିପ ରୂପେ ବ୍ୟବହାର କରାଯାଇଥିଲା ।
ବାପ୍ପିଙ୍କୁ ଲାଗୁଛି କି ଯେହେତୁ ପୂର୍ବରୁ ମାର୍ବଲ ଷ୍ଟୁଡିଓ ତାଙ୍କ ଗୀତ ବ୍ୟବହାର କରିସାରିଛି । ହୁଏତଃ ଏଥର ମଧ୍ୟ ତାଙ୍କୁ ଗୀତ ବ୍ୟବହାର କରିବ । ସେ ଏପ୍ରିଲରେ ହଲିଉଡ ଯିବାର ଯୋଜନା କରିଛନ୍ତି ।
ପ୍ରକାଶ ଥାଉକି ବାପ୍ପି ନିକଟରେ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନର ଶୋ 'ଲେଡିଜ ସ୍ପେଶାଲ'ରେ ନଜର ଆସିଥିଲେ । ସେହି ସମୟରେ ବାପ୍ପି କହିଥିଲେ କି ସେ ଅନେକ ଫିଲ୍ମରେ କାମ କରିଛନ୍ତି । ଯେଉଁଥିରେ ଅନ୍ୟ କଳାକାର ମଧ୍ୟ ସାମିଲ ଅଛନ୍ତି । ସେ 'ଇଣ୍ଡିଆନ ଆଇଡଲ' କରିଥିଲେ, କିନ୍ତୁ 'ଲେଡିଜ ସ୍ପେଶାଲ' ଜରିଆରେ ସେ ପ୍ରଥମଥର ଟିଭିରେ କାମ କରିଛନ୍ତି ।