ମୁମ୍ବାଇ: ବଚପନ୍ କା ପ୍ୟାର । ଏହି ଗୀତ ଗାଇ ରାତାରାତି ଇଣ୍ଟରନେଟ ଦୁନିଆର ସେନସେସନ ପାଲଟିଥିଲେ 10 ବର୍ଷୀୟ ସହଦେବ ଦିର୍ଦୋ । ସହଦେବଙ୍କ ଏହି ଗୀତଟି ଭାଇରାଲ ପରେ ତାଙ୍କ ନିକଟରେ ପହଞ୍ଚିଥିଲେ ସିଙ୍ଗର ବାଦଶାହ । ତେବେ ବୁଧବାର ଦିନ ଏହି ଗୀତର ଆଉ ଏକ ନୂଆ ଭର୍ସନ ଆସିଛି । ବାଦଶାହ 10 ବର୍ଷୀୟ ସହଦେବଙ୍କ ସହ ସିଙ୍ଗର ଅସ୍ଥା ଗିଲ୍ ଏବଂ ମ୍ୟୁଜିସିଆନ ରିକୋ ସହିତ ଏହାର ନୂଆ ଭର୍ସନ ରିଲିଜ୍ କରିଛନ୍ତି । ଯାହାର ଟାଇଟେଲ 'ବଚପନ କା ପ୍ୟାର' ରହିଛି ।
- " class="align-text-top noRightClick twitterSection" data="">
ସହଦେବଙ୍କ ସହ ପୁଣି ଥରେ ଗୀତକୁ କ୍ରିଏଟ କରି ବାଦଶାହ କହିଛନ୍ତି, ବର୍ତ୍ତମାନ ସୋସିଆଲ ମିଡିଆରେ ବଚପନ କା ପ୍ୟାର ପୁଣି ଥରେ ଚହଳ ପକାଇବାକୁ ଯାଉଛି । ଆସ୍ଥା, ରିକୋ ଏବଂ ବିଗେଷ୍ଟ ହିରୋ ସହଦେବଙ୍କ ସହ ପ୍ରସ୍ତୁତ ଏହି ଗୀତକୁ ପ୍ରେଜେଣ୍ଟ କରିବାକୁ ମୁଁ ବହୁତ ଏକ୍ସାଇଟେଡ ଅଛି । 'ମୁଁ ଆଶା କରୁଛି କି ବଚପନ କା ପ୍ୟାର ନୂଆ ଭର୍ସନର ଟିଜର ଯେପରି ମୋ ଇନଷ୍ଟାଗ୍ରାମ ରିଲରେ ସବୁ ରେକର୍ଡ ଭାଙ୍ଗିଛି ଏହାର ସମ୍ପୂର୍ଣ୍ଣ ଗୀତ ମଧ୍ୟ ସମସ୍ତଙ୍କ ଠାରୁ ସମାନ ଭଲ ପାଇବା ପାଉ ।'
- " class="align-text-top noRightClick twitterSection" data="
">
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ