ମୁମ୍ବାଇ: ବି-ଟାଉନର ବିକ୍କୀ ଡୋନର ଆୟୁଷ୍ମାନ ଖୁରାନା ଗୁରୁବାର ସୋସିଆଲ ମିଡିଆରେ ଏକ ସାୟରୀ ସେୟାର କରି ଚର୍ଚ୍ଚାରେ। ଏହି ସାୟରୀ ଜରିଆରେ ସେ ସେହି ପରିବାର ସମସ୍ୟା ଦେଖାଇବାକୁ ଚେଷ୍ଟା କରିଛନ୍ତି, ଯିଏ କୋରୋନା ଭାଇରସ ମହାମାରୀରେ ପ୍ରଭାବିତ ହୋଇଛନ୍ତି।
ସେ ଟ୍ବିଟରରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ଏବେ ଧନୀଙ୍କ ସବୁଦିନ ରବିବାର ହୋଇଯାଇଛି, ଆଉ ଗରିବ ନିଜ ସୋମବାର ଅପକ୍ଷାରେ। ଏବେ ଧନୀଙ୍କ ସବୁ ଦିନ ସହ-ପରିବାର ହୋଇଯାଇଛି, ଆଉ ଗରିବ ନିଜ ରୋଜଗାର ଅପେକ୍ଷାରେ।’
ଏହାସହ ଆୟୁଷ୍ମାନ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ସେ ନିଜ ପରିବାର ସହ ସମୟ ବିତାଉଥିବାର ନଜର ଆସୁଛନ୍ତି। ସେପଟେ କୋରୋନା ଭାଇରସ ପାଇଁ ଆୟୁଷ୍ମାନଙ୍କ ଭାଇ ତଥା ଫେମସ ଅଭିନେତା ଅପାରଶକ୍ତି ଖୁରାନା ଲୋକଙ୍କୁ ଭୟ ନକରିବାକୁ ଅପିଲ କରିଛନ୍ତି ।