ETV Bharat / sitara

3ଟି ଅବତାରରେ ବିକ୍କୀ ଡୋନର, ଭାଇରାଲ ଭିଡିଓ

author img

By

Published : Jun 24, 2020, 3:58 AM IST

ବର୍ତ୍ତମାନ ନିଜର ଏକ ବିଜ୍ଞାପନ ପାଇଁ ଚର୍ଚ୍ଚାରେ ଆୟୁଷ୍ମାନ ଖୁରାନା । ପୁଣି ଝିଅ ଅବତାରରେ ଆସିଲେ ନଜର ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ବି-ଟାଉନର ବିକ୍କୀ ଡୋନର ଆୟୁଷ୍ମାନ ଖୁରାନା ନିଜ ଦମଦାର ଅଭିନୟ ପାଇଁ ସବୁବେଳେ ଫ୍ୟାନ୍ସଙ୍କ ମନ କିଣିଥାଆନ୍ତି । ସେ ପ୍ରାୟତଃ ଶାନଦାର କାହାଣୀ ସହ ପରଦାକୁ ଫେରନ୍ତି । ଏଥର ମଧ୍ୟ ଏମିତି କିଛି ପ୍ଲାନିଂରେ ଅଛନ୍ତି ସେ । କିନ୍ତୁ ଏବେ ଫିଲ୍ମ ନୁହେଁ ବିଜ୍ଞାପନକୁ ନେଇ ଚର୍ଚ୍ଚାରେ ସେ । କାରଣ ଏହି ବିଜ୍ଞାପନରେ ତାଙ୍କର ତିନୋଟି ଅବତାର ଦେଖିବାକୁ ମିଳୁଛି ।

ବିଜ୍ଞାପନରେ ପିତା, ପୁଅ ଓ ବୋହୂ ସାଜିଛନ୍ତି ଆୟୁଷ୍ମାନ । ନିଜ ବ୍ଲକବଷ୍ଟର ଫିଲ୍ମ ‘ଡ୍ରିମ ଗାର୍ଲ’ ପରେ ସେ ଦ୍ବିତୀୟଥର ଝିଅ ବେଶରେ ନଜର ଆସୁଛନ୍ତି ।

ପ୍ରକାଶ ଥାଉକି ଏହା ଏକ ୱାଶିଂ ପାଉଡର ବିଜ୍ଞାପନ । ଯେଉଁଥିରେ ଆୟୁଷ୍ମାନଙ୍କ ଭିନ୍ନ ଭିନ୍ନ ଅବତାର ଦେଖି ଖୁସି ହୋଇଛନ୍ତି ଫ୍ୟାନ୍ସ । ଭିଡିଓଟିକୁ ଆୟୁଷ୍ମାନ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଦେଖନ୍ତୁ ଭିଡିଓ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.