ମୁମ୍ବାଇ: ଅଭିନୟର ପରିଚୟ ଦେବାରେ କେବେ ମଧ୍ୟ ସୁଯୋଗ ଛାଡନ୍ତି ନାହିଁ ଆୟୁଷ୍ମାନ ଖୁରାନା । ପୁଣିଥରେ ସେ ପ୍ରସ୍ତୁତ ହୋଇସାରିଛନ୍ତି ଫିଲ୍ମ ‘ଡ୍ରିମ ଗାର୍ଲ’ ଜରିଆରେ ଦର୍ଶକଙ୍କୁ ହସାଇବା ପାଇଁ । ଫିଲ୍ମରେ ସେ ପୂଜା ଭୂମିକାରେ ନଜର ଆସିବେ । ପ୍ରଥମଥର ଏମିତି ଫିଲ୍ମ ନେଇ ସେ ପରଦାରେ ନଜର ଆସିବେ ଯେଉଁଥିରେ ସେ ଝିଅଙ୍କ ସ୍ବରରେ କଥା ହେଉଥିବେ ।
ନ୍ୟାସନାଲ ଆୱାର୍ଡ ୱିନର ଆକ୍ଟର ଆୟୁଷ୍ମାନ ବ୍ୟାକ ଟୁ ବ୍ୟାକ ଫିଲ୍ମ କରି ସଫଳ ହୋଇଥିବା ବେଳେ ଫ୍ୟାମିଲିକୁ ଟାଇମ ଦେବାରେ ଅସଫଳ । ଇତିମଧ୍ୟରେ ସେ ସ୍ଥିର କରିଛନ୍ତି କି ଫ୍ୟାମିଲି ସହ ଛୁଟି କାଟିବାକୁ ଯିବେ ।
ପ୍ରକାଶ ଥାଉକି ଗତ ଛ'ମାସ ହେବ ସେ ପରିବାର ସହ ସମୟ ବିତାଇ ପାରୁନାହାଁନ୍ତି । କାରଣ ପ୍ରଥମେ ସେ ଫିଲ୍ମ ‘ବାଲା’ ସୁଟିଂରେ ବ୍ୟସ୍ତ ଥିଲେ । ଏହାପରେ ସେ ସୁଜିତ ସରକାରଙ୍କ ‘ଗୁଲାବୋ ସିତାବୋ’ରେ କାମ କରିଥିଲେ । ଏହି ଫିଲ୍ମରେ ତାଙ୍କ ସହ ବିଗ ବି ଅମିତାଭ ବଚ୍ଚନ ନଜର ଆସିବେ । ଆଉ ଏବେ ସେ ‘ଡ୍ରିମ ଗାର୍ଲ’ ପ୍ରୋଜେକ୍ଟରେ ଖୁବ୍ ବ୍ୟସ୍ତ ଅଛନ୍ତି । ତେଣୁ ସେ ଏହି ଫିଲ୍ମର ସୁଟିଂରୁ ଫୁରସତ ପାଇବା ମାତ୍ରେ ପତ୍ନୀ ଓ ଛୁଆଙ୍କ ସହ ସମୟ ବିତାଇବାକୁ ବାହାରିଯିବେ ।
ପ୍ରକାଶ ଥାଉ ତାଙ୍କ କମେଡି ଡ୍ରାମା ଫିଲ୍ମ ‘ଡ୍ରିମ ଗାର୍ଲ’ ସେପ୍ଟେମ୍ବର 13ରେ ରିଲିଜ ହେବାକୁ ଯାଉଛି । ରାଜ ସାନ୍ଧିଲିୟାଙ୍କ ଏହି ଫିଲ୍ମରେ ଆୟୁଷ୍ମାନଙ୍କ ସହ ଅଭିନେତ୍ରୀ ନୁସରତ ଭରୁଚା ନଜର ଆସିବେ ।