ETV Bharat / sitara

ସୁଶାନ୍ତଙ୍କ ମୃତ୍ୟୁ, ବଲିଉଡରେ ଗୁଣ୍ଡାରାଜକୁ ନେଇ ଆୟଶାଙ୍କ ଖୁଲାସା - ସୋସିଆଲ ମିଡିଆରେ ପୋଷ୍ଟ କରି ଚର୍ଚ୍ଚାରେ ଆୟଶା

ଅନେକ ଦିନ ପରେ ସୋସିଆଲ ମିଡିଆରେ ପୋଷ୍ଟ କରି ଚର୍ଚ୍ଚାରେ ଆୟଶା । ଏଥର ସେ ବଲିଉଡରେ ଚାଲିଥିବା ଗାଳିଗୁଲଜ, ଟ୍ରୋଲିଂକୁ ନେଇ ମୁହଁ ଖୋଲିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟଶା ଟାକିୟା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟଶା ଟାକିୟା
author img

By

Published : Jun 18, 2020, 5:30 PM IST

ମୁମ୍ବାଇ: ଅଭିନେତ୍ରୀ ଆୟଶା ଟାକିୟା ଦୀର୍ଘ ସମୟରୁ ଫିଲ୍ମ ଜଗତରୁ ଦୂରେଇ ଅଛନ୍ତି । ସେ ବିବାହ ପରଠୁ ଫିଲ୍ମ ଦୁନିଆକୁ ବାୟ ବାୟ କରିଥିଲେ । ହେଲେ ଏବେ ସେ ନିଜର ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ । ସେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଉପରେ ଏହି ପୋଷ୍ଟ କରିଛନ୍ତି । ଯେଉଁଥିରେ ବଲିଉଡରେ ଗୁଣ୍ଡାରାଜ ବିଷୟରେ ଲେଖିଛନ୍ତି ।

ସେୟାର କରିଥିବା ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ‘ଟ୍ରୋଲିଂ ଓ କାମରେ ବୁଲିଂର ଅନୁଭବ ମୁଁ କରିସାରିଛି । ଏହାଉପରେ ମୁଁ ଖୁଲମଖୁଲା ନିଜ କଥା କହିବାକୁ ଚାହୁଁଛି । ଯଦି କେହି ଆପଣଙ୍କୁ ନିମ୍ନ ଦେଖାଇବାକୁ ପ୍ରୟାସ କରୁଛନ୍ତି ତେବେ ତାର ବିରୋଧ କର । ଏହା ମାନି ନିଅନ୍ତୁ ଯେ ତୁମେ ସବୁଠାରୁ ଖାସ୍ । ଏଠାରେ ରହିବା ସହ ନିଜ ଅଧିକାର ପାଇଁ ଲଢିବାକୁ ପଢିବ । ଆପଣଙ୍କୁ ସାହାସି ହେବାକୁ ପଡିବ । ଆପଣଙ୍କୁ ସେହିପରି ଲୋକଙ୍କୁ କେବେ ମଧ୍ୟ ଜିତିବାକୁ ଦେବା କଥା ନୁହେଁ । କାହା ସହ କଥା ହେବେ । ଲୋକଙ୍କ ପାଖରେ ଆପଣଙ୍କ କଥା କିପରି ପହଞ୍ଚିବ । ଡାଏରୀରେ ନିଜ ମନ କଥା ଲେଖନ୍ତୁ କିମ୍ବା ଅନଲାଇନ କାହା ସହ କଥା ହୁଅନ୍ତୁ । ହେଲେ କାହାରିକୁ ମଧ୍ୟ ନିଜ ଉପରେ ରାଜୁତି କରିବାକୁ ଦିଅନ୍ତୁ ନାହିଁ ।’

ପ୍ରକାଶ ଥାଉକି ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡ ଉପରେ କ୍ରୋଧିତ ନଜର ଆସୁଛନ୍ତି ଅନେକ ଲୋକ । ବଲିଉଡରେ ଚାଲିଥିବା ପରିବାରବାଦ ଉପରେ ଏବେ ପ୍ରଶ୍ନବାଚୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.