ମୁମ୍ବାଇ: ନିକଟରେ ପିତାଙ୍କୁ ହରାଇ ଭାଙ୍ଗି ପଡିଥିଲେ ଟିଭିର ଫେମସ ଅଭିନେତ୍ରୀ ହିନା ଖାନ । ସେହିପରି ସେ କୋରୋନା ସଂକ୍ରମିତ ହୋଇ ହୋମ କ୍ବାରେଣ୍ଟାଇନରେ ଅଛନ୍ତି । ହେଲେ ଇତିମଧ୍ୟରେ ପୁଣିଥରେ ପିତାଙ୍କୁ ମନେ ପକାଇ ଭାବବିହ୍ବଳ ହୋଇପଡିଛନ୍ତି ସେ । ଆଉ ସୋସିଆଲ ମିଡିଆରେ ପିତାଙ୍କ ଫଟୋ ପୋଷ୍ଟ କରି ଲେଖିଛନ୍ତି ଇମୋସନାଲ ନୋଟ୍ ।
ସେ ବୁଧବାର ରାତିରେ ଇନଷ୍ଟାଗ୍ରାମ ଷ୍ଟୋରିରେ ପିତାଙ୍କ ସହ ନିଜର ଏବଂ ପରିବାର କିଛି ଫଟୋ ସେୟାର କରିଥିଲେ । ସବୁ ଫଟୋରେ ସେ କିଛି ନା କିଛି ଲେଖିଥିବାର ନଜର ଆସୁଛନ୍ତି। ଭାଇରାଲ ହେଉଥିବା ଗୋଟିଏ ଫଟୋରେ ସେ ଲେଖିଛନ୍ତି, ‘ଡିୟର ଡ୍ୟାଡି ତୁମ କଥା ବହୁତ ମନେ ପଡୁଛି ।’
ପ୍ରକାଶ ଥାଉକି ଗତ ଏପ୍ରିଲ 21 ତାରିଖରେ ହିନାଙ୍କ ପିତା ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଥିଲା ।