ହାଇଦ୍ରାବାଦ: ନୀରବି ଯାଇଛନ୍ତି ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକର । ତାଙ୍କ ବିୟୋଗରେ ଯେମିତି ଶ୍ରୀହୀନ ହୋଇଛି ସଙ୍ଗୀତ ଜଗତ । ସମସ୍ତଙ୍କ ପ୍ରିୟ ଲତା ଦିଦିଙ୍କୁ ଆଜି ପୂରା ଦେଶ ଝୁରୁଛି । କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ, ସବୁଠି ତାଙ୍କ ସଙ୍ଗୀତକୁ ଝୁରୁଛନ୍ତି ଶ୍ରୋତା । ଏବେବି ଗୁମୁରି ଗୁମୁରି କାନ୍ଦୁଛନ୍ତି ତାଙ୍କ ପରିବାର । ସାନ ଭଉଣୀ ତଥା ଗାୟିକା ଆଶା ଭୋସଲେ ଲତା ମଙ୍ଗେସକରଙ୍କୁ ବହୁତ ଝୁରୁଛନ୍ତି ।
- " class="align-text-top noRightClick twitterSection" data="
">
ଇନଷ୍ଟାରେ ପିଲାଦିନର ଫଟୋ ସେୟାର କରି ଆଶା ଭୋସଲେ ଲେଖିଛନ୍ତି - ପିଲାଦିନ ବି କ’ଣ ଦିନ ଥିଲା… ଦିଦି ଏବଂ ମୁଁ…। ଏହି ଫଟୋରେ ଉଭୟ ଆଶା ଭୋସଲେ ଏବଂ ଲତା ମଙ୍ଗେସକର କ୍ୟାମେରାକୁ ଦେଖି ପୋଜ ଦେଇଛନ୍ତି । ପ୍ରଶଂସକମାନେ ଏହି ଫଟୋରେ ନିଜର ଭାବନା ପ୍ରକାଶ କରୁଛନ୍ତି । ଆଉ ଏକ ଷ୍ଟୋରୀରେ ଆଶା ଭୋସଲେ ଲତା ଜୀଙ୍କର ଫଟୋ ସେୟାର କରି ଲେଖିଛନ୍ତି - ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ .. ଦୁଇ ଦିନ ଧରି ଜାତୀୟ ପତାକା ଅର୍ଦ୍ଧନମିତ ରହିବ । ଦିଦିଙ୍କ ସମ୍ମାନରେ..., ଲତା ମଙ୍ଗେସକରଙ୍କ ପାର୍ଥୀବ ଶରୀରକୁ ତ୍ରିରଙ୍ଗା ପତାକାରେ ଢଙ୍କା ଯାଇଥିଲା।
ଏହା ବି ପଢନ୍ତୁ: ଦିନେ ପାକିସ୍ତାନ କହିଥିଲା କଶ୍ମୀର ନିଅ ଲତା ଦିଦିଙ୍କୁ ଦିଅ
ପ୍ରକାଶ ଥାଉ କି, ଗତକାଲି (ରବିବାର) ମେଲୋଡି କ୍ବିନ ଲତା ମଙ୍ଗେସକରଙ୍କ ପରଲୋକ ଘଟିଛି । ହେଲେ ସେ ସମସ୍ତଙ୍କ ହୃଦୟରେ ରହିବେ ଆକାଶରେ ସୂର୍ଯ୍ୟ ତାରା ଜହ୍ନ ଥିବା ଯାଏ । ତାଙ୍କ ଗୀତରେ ପ୍ରତିଟି ଜୀବନ ସଙ୍ଗୀତମୟ ହୋଇଛି । ଜୀବନର ମାନେ ବୁଝାଇଛି ସୁଖରେ ଦୁଃଖରେ ଚିନ୍ତାରେ ଚେତନାରେ ହୃଦୟର କୋଣ ଅନୁକୋଣରେ ରହିଛି ରହିବ ତାଙ୍କ ସ୍ବରରୁ ଝରି ପଡୁଥିବା ପ୍ରତିଟି ଗୀତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ