ମୁମ୍ବାଇ: ଭେଟେରାନ ସିଙ୍ଗର ଆଶା ଭୋସଲେ ଆଜି(ଶନିବାର) ସନ୍ଧ୍ୟାରେ କିମ୍ବଦନ୍ତୀ ଗାୟିକା ତଥା କୋକିଳକଣ୍ଠୀ ଲତା ମଙ୍ଗେଶକରଙ୍କୁ ଭେଟିଛନ୍ତି । ଲତା ମୁମ୍ବାଇ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେ ବଡ଼ ଭଉଣୀ ଲତାଙ୍କୁ ଭେଟିଛନ୍ତି । ତେବେ ଏବେ ଲତାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି ବୋଲି ସେ କହିଛନ୍ତି ।
ଲତାଙ୍କ ସ୍ବାସ୍ଥ୍ୟବସ୍ଥା ପୁଣି ବିଗିଡ଼ିବା ପରେ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି । ଏହି ଖବର ଆସିବା ପରେ ବଡ଼ ଭଉଣୀ ଲତାଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଞ୍ଚିଛନ୍ତି ୮୮ ବର୍ଷୀୟ ଗାୟିକା ଆଶା । ଲତାଙ୍କୁ ଭେଟିବା ପରେ ସେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଗଣମାଧ୍ୟମକୁ ଖବର ଦେଇଛନ୍ତି । ଏବେ ଲତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ଡାକ୍ତର କହିଥିବା ସେ କହିଛନ୍ତି । ଲତା କୋଭିଡ଼ରେ ଆକ୍ରାନ୍ତ ହୋଇ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କୋରୋନ ସହ ଲଢି ମହାମାରୀ କବଳରୁ ରକ୍ଷା କରିବା ପରେ ସେ ନିମୋନିଆରେ ପୀଡ଼ିତ ହୋଇଥିଲେ ।
ଏହାପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସିତ କରାଯାଉଥିଲା । ମେଗାଷ୍ଟାର ଲତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଡକ୍ଟର ପ୍ରତୀତ ସାମଦାନି କହିଛନ୍ତି ଯେ ତାଙ୍କୁ ଚିକିତ୍ସିତ କରାଯାଉଛି । ତାଙ୍କ ଶରୀର ଭଲ ଭାବେ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି । ତେବେ ସୂଚନା ଥାଉ କି ଗତ ଜାନୁଆରୀ ୮ ତାରିଖରେ ଲତା(୯୨)ଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କୋଭିଡ଼ ଚିକିତ୍ସା କରାଯାଇଥିଲା ।
ତେବେ ତାଙ୍କୁ ନିକଟରେ ଭେଣ୍ଟିଲେଟରକୁ ବାହାର କରାଯାଇଥିଲା । କାରଣ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା । କିନ୍ତୁ ଆଜି ପୁଣି ସନ୍ଧ୍ୟାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ଲତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି । ଏହି ଖବର ଶୁଣିବା ପରେ ଦେଶବାସୀ ତାଙ୍କ ଉତ୍ତମ ସ୍ବାସ୍ଥ୍ୟର କାମନା କରି ପୂଜାର୍ଚ୍ଚନା କରୁଛନ୍ତି ।
@ANI