ETV Bharat / sitara

ଆର୍ୟନଙ୍କୁ ମିଳିଲାନି ଜାମିନ, ଆବେଦନ ଖାରଜ କଲେ କୋର୍ଟ

author img

By

Published : Oct 8, 2021, 4:58 PM IST

Updated : Oct 8, 2021, 5:45 PM IST

ମୁମ୍ବାଇର ଆର୍ଥର ରୋଡ ଜେଲକୁ ଗଲେ ବଲିଉଡ଼ ସୁପରଷ୍ଟାର ଶାହାରୁଖଙ୍କ ପୁଅ ଆର୍ୟନ ଖାନ । ସେପଟେ ତାଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ମୁମ୍ବାଇ ସେସନ କୋର୍ଟରେ ହୋଇଥିବା ବେଳେ ଏହାକୁ ଖାରଜ କରିଛନ୍ତି କୋର୍ଟ । ଅଧିକ ପଢନ୍ତୁ...

ଆର୍ଥର ରୋଡ ଜେଲ ଗଲେ ଆର୍ୟନ, ଆଗୁଆ ଜାମିନ ଉପରେ ଶୁଣାଣି ଜାରି

ମୁମ୍ବାଇ: କ୍ରୁଜ ସିପ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଛନ୍ତି ବଲିଉଡ଼ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ । ଆର୍ୟନଙ୍କ ଆଇନଜୀବୀ ସତିଶ ମାନସିନ୍ଦେ ମୁମ୍ବାଇର ସେସନ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ବେଳେ ଏହାକୁ କୋର୍ଟ ଖାରଜ କରିଛନ୍ତି । ସେପଟେ ଜାମିନ ଆବେଦନର ଶୁଣାଣି ପୂର୍ବରୁ NCB ଆର୍ୟନଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଆର୍ଥର ରୋଡକୁ ପଠାଇଥିଲା ।

ଆର୍ୟନଙ୍କୁ କାରାଗାରରୁ ମୁକୁଳାଇବା ପାଇଁ ଆଇନଜୀବୀ ସତିଶ ଯଥାସମ୍ଭବ ପ୍ରୟାସ କରୁଥିଲେ । ମାତ୍ର ବିଫଳ ହୋଇଛନ୍ତି ସତିଶ । ଆର୍ୟନଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ଫଳରେ କିଲାକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତା ୧୪ ଦିନିଆ ନ୍ୟାୟିକ ହେପାଜତରେ ରହିବେ ଆର୍ୟନଙ୍କ ସମେତ ଅନ୍ୟ ଅଭିଯୁକ୍ତ ।

କୋର୍ଟଙ୍କ ରାୟ ଆସିବା ପୂର୍ବରୁ NCB ସମସ୍ତ ଅଭିଯୁକ୍ତଙ୍କୁ ଜେଲ ପଠାଇବା ପ୍ରକ୍ରିୟା ଆରମ୍ଭ କରିଥିଲା । ସମସ୍ତ ଅଭିଯୁକ୍ତଙ୍କୁ NCB କାର୍ଯ୍ୟାଳୟରୁ ଆର୍ଥର ରୋଡ ଜେଲକୁ ପଠାଯାଇଥିଲା । ଜେଲକୁ ପଠାଯିବା ପୂର୍ବରୁ ଅଭିଯୁକ୍ତଙ୍କ ମୁମ୍ବାଇ JJ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ମହିଳା ଅଭିଯୁକ୍ତ ମୁନମୁନ ଧମେଚା ଓ ଅନ୍ୟମାନଙ୍କୁ ଭାୟଖଲା ଜେଲକୁ ପଠାଯାଇଛି ।

ଆର୍ୟନ କୋର୍ଟକୁ କଲେ କୋହଭରା ଅପିଲ:-

ଆର୍ୟନ ଖାନ କୋର୍ଟ ସମ୍ମୁଖରେ ଏକ କୋହଭରା ଅପିଲ କରିଥିଲେ । ସେ କହିଛନ୍ତି ଯେ, " ମୁଁ ଭାରତର ନାଗରିକ । ମୋ ପିତାମାତା ମଧ୍ୟ ଭାରତୀୟ ଓ ଭାରତରେ ରହୁଛନ୍ତି । ମୋ ନିକଟରେ ଭାରତର ପାସପୋର୍ଟ ରହିଛି । ମୁଁ ଯାଞ୍ଚ ପ୍ରକ୍ରିୟାରେ ସମସ୍ତ ସହଯୋଗ କରିବି । ମୁଁ ଦେଶ ଛାଡିବାର କୌଣସି ପ୍ରଶ୍ନ ହିଁ ଉଠୁନୁ । " ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ଆର୍ୟନ ।

ଆର୍ଥର ରୋଡ ଜେଲରେ ପାଳିତ ହୁଏ କଡା ନିୟମ:-

ଆର୍ଥର ରୋଡ ଜେଲ ମୁମ୍ବାଇର ସୁବୁଠୁ ବଡ଼ ଜେଲ । ଏହି ଜେଲର ନିୟମାବଳୀ ଓ ପ୍ରଶାସନ ବହୁତ କଡା । ଏଠାରେ ଆର୍ୟନଙ୍କୁ ଜେଲର ପୋଷାକ ପିନ୍ଧିବା ସହିତ ଏଠାକାର ଖାଦ୍ୟ ଖାଇବାକୁ ପଡିପାରେ । ବାହାରୁ ଖାଦ୍ୟ ଆସିବାକୁ ନେଇ ପ୍ରଥମେ କୋର୍ଟରେ ଆବେଦନ କରିବାକୁ ପଡ଼ିବ ବୋଲି କୁହାଯାଇଛି ।

ତେବେ ସୂଚନା ଥାଉ କି ଏହାପୂର୍ବରୁ କୋର୍ଟ ବୁଧବାର ଆର୍ୟନ ଖାନଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତରେ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆର୍ୟନ ଖାନଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଗତ ଅକ୍ଟୋବର ୨ ତାରିଖରେ ମୁମ୍ବାଇରୁ ଗୋଆ ଯାଉଥିବା ବିଳାସପୂର୍ଣ୍ଣ କ୍ରୁଜ ସିପର ଡ୍ରଗ୍ସ ପାର୍ଟିରୁ ଗିରଫ କରିଥିଲା । ଘଟଣାସ୍ଥଳରୁ ଡ୍ରଗ୍ସ ମଧ୍ୟ ଜବତ ହୋଇଥିଲା । କିନ୍ତୁ ଆର୍ୟନଙ୍କ ନିକଟରେ କୌଣସି ନିଶାଦ୍ରବ୍ୟ ମିଳିନଥିଲା । ଆର୍ୟନ ଗତ ୪ ବର୍ଷ ଧରି ଡ୍ରଗ୍ସ ସେବନ କରୁଥିଲେ ବୋଲି NCB ପକ୍ଷରୁ କୁହାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 8, 2021, 5:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.