ହାଇଦ୍ରାବାଦ: ଆୟୁଷମାନ ଖୁରାନାଙ୍କ ଫିଲ୍ମ ‘ଆର୍ଟିକିଲ-15’କୁ ଅନେକ ପ୍ରଶଂସା ମିଳିଛି । ଏହାସହ ଲଣ୍ଡନରେ ‘ଲଣ୍ଡନ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ’ରେ ଅଡିଏନ୍ସ ଆୱାର୍ଡ ପାଇଛି । 10ତମ ଏହି ଫେଷ୍ଟିଭାଲକୁ ବାଗରୀ ଫଉଣ୍ଡେସନ ଓ ବ୍ରିଟିଶ ଫିଲ୍ମ ଇନଷ୍ଟିଚ୍ୟୁଟର ମିଳିତ ସମର୍ଥନରେ ଆୟୋଜନ କରାଯାଇଛି ।
ଫିଲ୍ମକୁ ଜୁନ 20ରେ ଫେଷ୍ଟିଭାଲରେ ପ୍ରଦର୍ଶିତ କରାଯାଇଥିଲା । ‘ଆର୍ଟିକିଲ-15’ ସାଧାରଣତଃ ଜାତିବାଦ ବିବାଦକୁ ନେଇ ପ୍ରସ୍ତୁତ କରାଯାଇଛି । ଦେଶର ଜନତାଙ୍କୁ ଆର୍ଟିକିଲ-15ର ମହତ୍ତ୍ବ ବିଷୟରେ ଅବଗତ କରାଇବା ଫିଲ୍ମର ମୁଖ୍ୟ ଉଦ୍ଦେଶ୍ୟ । ଏହାସହ ଫିଲ୍ମଟି ଏକ ସତ୍ୟଘଟଣା ଉପରେ ଆଧାରିତ ଥିଲା ।
ଆୱାର୍ଡକୁ ଗ୍ରହଣ କରିଥିଲେ ଫିଲ୍ମର ନିର୍ଦ୍ଦେଶକ ଅନୁଭାବ ସିହ୍ନା । ଏନେଇ ସିହ୍ନା କହିଥିଲେ,‘ ମୁଁ ବହୁତ ଖୁସି ଅଛି କି ଫିଲ୍ମକୁ ପସନ୍ଦ କରାଯାଇଛି । ଅଣଭାରତୀୟ ଯେଉଁମାନେ ଜାତିବାଦକୁ କେବେ ସାମ୍ନା କରିନାହାଁନ୍ତି ସେମାନେ ଫିଲ୍ମର ମହତ୍ତ୍ବ ବୁଝିପାରିଛନ୍ତି ।’
ଫିଲ୍ମରେ ଆୟୁଷମାନଙ୍କ ସହ ସୟାନୀ ଗୁପ୍ତା, କୁମୁଦ ମିଶ୍ର, ଇଶା ତଲୱାର, ମନୋଜ ପହୱା ଆଦି ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।