ETV Bharat / sitara

ରିଲିଜ ହେଲା ଅରମାନ-ତୁଲସୀଙ୍କ ‘ଜରା ଠେହରୋ’

ୟୁଟ୍ୟୁବରେ ଛାଇଲା ଅରମାନଙ୍କ ନୂଆ ଗୀତ ‘ଜରା ଠେହରୋ’ର ଯାଦୁ । ବୁଧବାର ରିଲିଜ ହୋଇଥିବା ଏହି ଗୀତ ଫ୍ୟାନ୍ସଙ୍କ ମନ କିଣିବାରେ ସଫଳ ହୋଇଛି ।

author img

By

Published : Jul 9, 2020, 12:55 PM IST

ଫଟୋ ସୌଜନ୍ୟ: ୟୁଟ୍ୟୁବ
ଫଟୋ ସୌଜନ୍ୟ: ୟୁଟ୍ୟୁବ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କୁ ସମ୍ମାନ ଦେଇ ପପୁଲାର ସିଙ୍ଗର ଅରମାନ ମଲ୍ଲିକ ନିଜ ଚର୍ଚ୍ଚିତ ଗୀତ ‘ଜରା ଠେହରୋ’ ରିଲିଜ 6 ତାରିଖ ପରିବର୍ତ୍ତେ 8ରେ କରିଛନ୍ତି । 6 ତାରିଖରେ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚେରା’ର ଟ୍ରେଲର ରିଲିଜ ହେବାର ଥିଲା । ଯାହାକୁ ଦୃଷ୍ଟିରେ ରଖି ଅରମାନ ଏପରି ନିଷ୍ପତ୍ତି ନେଇଥିଲେ । ରିଲିଜ ହେବା ମାତ୍ରେ ତାଙ୍କ ଗୀତ ସୋସିଆସ ମିଡିଆରେ ଚହଳ ସୃଷ୍ଟି କରିଛି ।

ଅରମାନଙ୍କ ସହ ତୁଲସୀ କୁମାର ଏହି ଗୀତ ଗାଇଛନ୍ତି । 3 ମିନିଟ 45 ସେକେଣ୍ଡର ଏହି ଗୀତର ଲିରିକ୍ସ ଲେଖିଛନ୍ତି ରଶ୍ମୀ ବିରାଗ । ପ୍ରକାଶ ଥାଉକି ‘ଜରା ଠହରୋ’ ଗୀତଟି ଲକଡାଉନ ସମୟରେ ସୁଟିଂ ହୋଇଥିଲା । ଅରମାନଙ୍କ ଏହି ରୋମାଣ୍ଟିକ ଗୀତକୁ ତାଙ୍କ ଫ୍ୟାନ୍ସ ଖୁବ୍ ପସନ୍ଦ କରୁଛନ୍ତି । ଦେଖନ୍ତୁ ଗୀତ...

  • " class="align-text-top noRightClick twitterSection" data="">

ସେହିପରି ଅରମାନ ଓ ତୁଲସୀଙ୍କ ଯୋଡି ଏହାପୂର୍ବରୁ ଅନେକ ଗୀତ ଗାଇସାରିଛନ୍ତି । ‘ଜରା ଠେହରୋ’କୁ ଭୂଷଣ କୁମାରଙ୍କ ଟି-ସିରିଜ ଦ୍ବାରା ନିର୍ମାଣ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.