ମୁମ୍ବାଇ: କୋରୋନା ଭାଇରସ ବିରୋଧରେ ଲଢେଇରେ ସାହାଯ୍ୟ କରିବା ପାଇଁ ଅଭିନେତା ଅର୍ଜୁନ ରାମପାଲ ମଧ୍ୟ ସାହାଯ୍ୟର ହାତ ବଢାଇଛନ୍ତି । ଅର୍ଜୁନ ରାମପାଲ ତାଙ୍କ ପରିବାର ସହିତ ଡାକ୍ତର ଏବଂ ନର୍ସମାନଙ୍କୁ ପିପିଇ କିଟ ଯୋଗାଇଦେବେ ବୋଲି ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫୋଷ୍ଟ ସହ ଏହାର ଘୋଷଣା କରିଛନ୍ତି ।
ଅର୍ଜୁନ ରାମପାଲ ଏହି ଫୋଷ୍ଟର କ୍ୟାପସନରେ ଲେଖିଛନ୍ତି ଯେ, ପ୍ରକୃତ ହିରୋ ହେଉଛନ୍ତି ଡାକ୍ତର ଏବଂ ନର୍ସ । ଏହି ମହାମାରୀ ସମୟରେ ସେମାନେ ଆମର ଚିକିସ୍ରା କରିବା ପାଇଁ ବାହାରକୁ ବାହାରୁଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଆସିପାରେ ତେଣୁ ସେମାନଙ୍କ ନିରାପଦ ରକ୍ଷା କରିବା ଆମର କର୍ତ୍ତବ୍ୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ