ETV Bharat / sitara

ପ୍ରଥମଥର ପୁଅର ଫଟୋ ସେୟାର କଲେ ଅର୍ଜୁନ ରାମପାଲ

author img

By

Published : Jul 18, 2020, 6:04 PM IST

ଆଜି(ଶନିବାର) ଅର୍ଜୁନ ରାମପାଲ ପୁଅର ପ୍ରଥମ ଜନ୍ମଦିନ । ଏହି ବିଶେଷ ଉତ୍ସବରେ ଉଭୟ କଳାକାର ସୋସିଆଲ ମିଡିଆରେ ପ୍ରଥମ ଥର ପାଇଁ ପ୍ରଶଂସକଙ୍କୁ ତାଙ୍କ ପୁଅର ଚେହେରା ଦେଖାଇଛନ୍ତି । ଯେଉଁଥିରେ ଆରିକ୍ ବହୁତ କ୍ୟୁଟ ଦେଖାଯାଇଛନ୍ତି । ଅଧିକ ପଢନ୍ତୁ...

arjun rampal introduces son arik to the world on first birthday
ପ୍ରଥମ ଥର ପୁଅର ଫଟୋ ସେୟାର କଲେ ଅର୍ଜୁନ ରାମପାଲ, ଜଣାଇଲେ ଜନ୍ମଦିନର ଶୁଭେଚ୍ଛା

ମୁମ୍ବାଇ: ଆଜି ବଲିଉଡ ଅଭିନେତା ଅର୍ଜୁନ ରାମପାଲ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲାଙ୍କ ପୁଅର ପ୍ରଥମ ଜନ୍ମଦିନ । ଏହି ବିଶେଷ ଉତ୍ସବରେ ଅର୍ଜୁନ ଏବଂ ଗାବ୍ରିଏଲା ବହୁତ ଖୁସି ଅଛନ୍ତି । ଏହି ବିଶେଷ ଦିନରେ ଅର୍ଜୁନ ଏବଂ ଗାବ୍ରିଏଲା ସୋସିଆଲ ମିଡିଆରେ ପ୍ରଥମ ଥର ପାଇଁ ତାଙ୍କ ପୁଅର ଚେହେରା ପ୍ରଶଂସକଙ୍କୁ ଦେଖାଇଛନ୍ତି ।

ଅର୍ଜୁନ ଆରିକଙ୍କ ଫଟୋ ସେୟାର କରି ଲେଖିଛନ୍ତି, ଆଜି ଆରିକର ପ୍ରଥମ ଜନ୍ମଦିନ । ଆଜି ମୋ ପୁଅର ଇନଷ୍ଟାଗ୍ରାମ ପରିବାରଙ୍କ ସହିତ ଦେଖାକରିବାର ସମୟ ଆସିଛି । ଆପଣମାନଙ୍କ ଧୈର୍ଯ୍ୟ ଏବଂ ଆପଣମାନେ ଆମମାନଙ୍କୁ ଦେଇଥିବା ବହୁତ ସାରା ଭଲପାଇବା ହେତୁ ସମସ୍ତଙ୍କୁ ଧନ୍ୟବାଦ । ଆମର ଛୋଟ ରାମପାଲ ଆରିକଙ୍କୁ ଭେଟନ୍ତୁ । ଜନ୍ମଦିନର ଶୁଭେଚ୍ଛା ପୁଅ ।

ଏଥିସହିତ ଗାବ୍ରିଏଲା ତାଙ୍କ ପୁଅଙ୍କ କିଛି ସୁନ୍ଦର ଫଟୋ ମଧ୍ୟ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋର କ୍ୟାପସନରେ ଗାବ୍ରିଏଲା ଲେଖିଛନ୍ତି, ମୋ ପୁଅକୁ ଆଜି ଜନ୍ମଦିନର ଶୁଭେଚ୍ଛା । ଏତେ ଖୁସି ଏବଂ ଭଲପାଇବା ଦେଇଥିବାରୁ ଧନ୍ୟବାଦ । ତୁମକୁ ଆମେ ବହୁତ ଭଲପାଉ ଆରିକ ।

ପ୍ରକାଶ ଥାଉ କି, ଅର୍ଜୁନ ରାମପାଲ 2018 ରେ ଗାବ୍ରିଏଲାଙ୍କୁ ଭେଟିଥିଲେ । ଗାବ୍ରିଏଲା ଜଣେ ଦକ୍ଷିଣ ଆଫ୍ରିକାର ମଡେଲ୍ ଅଟନ୍ତି । 2019ରେ ଗାବ୍ରିଏଲା ଏବଂ ଅର୍ଜୁନଙ୍କ ପୁଅ ଆରିକ୍ ଜନ୍ମଗ୍ରହଣ କରିଥିଲେ ।

ଅର୍ଜୁନଙ୍କୁ ଶେଷ ଥର ପାଇଁ ଜେପି ଦତ୍ତାଙ୍କ ଫିଲ୍ମ 'ପଲଟନ'ରେ ଦେଖିବାକୁ ମିଳିଥିଲା । ଏହା ସହିତ ଅର୍ଜୁନ ଆଜିକାଲି ୱେବ୍ ସିରିଜରେ ମଧ୍ୟ କାମ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.