ମୁମ୍ବାଇ: ଅଭିନେତା ଅପାରଶକ୍ତି ଖୁରାନା ତାଙ୍କର ନୂଆ ଗୀତ 'ତେରୀ ୟାରି'ର ସୁଟିଂ କରୁଥିବା ବେଳେ ଥରେ ତାଙ୍କ ବିବାହ ଦିନକୁ ପୁଣି ଥରେ ମନେ ପକାଇଥିଲେ । ବାସ୍ତବରେ, ଏହି ଗୀତରେ ଏକ ବିବାହ ଦୃଶ୍ୟ ଅଛି । ଯେଉଁଥି ପାଇଁ ଅପାରଶକ୍ତି ଖୁରାନା ତାଙ୍କ ବିବାହର ଶେରୱାନି ପିନ୍ଧିଥିଲେ ।
![Aparshakti wears wedding-day 'sherwani' in song 'Teri Yaari'](https://etvbharatimages.akamaized.net/etvbharat/prod-images/7044913_raisji.jpg)
ଏହି ଗୀତ ଉପରେ ଅପାରଶକ୍ତି କହିଛନ୍ତି ଯେ, "ତେରୀ ୟାରି" ଗୀତଟି ପ୍ରକୃତରେ ମୋ ହୃଦୟର ନିକଟତର ଅଟେ । ଏହି ଗୀତ ଯାହା କି ପ୍ରେମ, ସମ୍ପର୍କ, ଭାବନା ଏବଂ ବନ୍ଧୁତା ବିଷୟରେ କହିଥାଏ । ଅପାରଶକ୍ତି ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଗୀତ ମୋ ପାଇଁ ଅଧିକ ସ୍ବତନ୍ତ୍ର । କାରଣ ଏହି ଗୀତରେ ମୁଁ ମୋର ବିବାହ ଦିନର 'ଶେରୱାନି' ପିନ୍ଧିଛି ଏବଂ ଏହାସହ ମୁଁ ମୋର ବିବାହ ଦିନର ମୂହୁର୍ତ୍ତକୁ ପୁଣି ଥରେ ମନେ ପକାଇଛି ।
- " class="align-text-top noRightClick twitterSection" data="
">
ମୁଁ ମୋର ବିବାହ ଦିନରେ 'ହଳଦି'ରେ ସ୍ନାନ କରି ନଥିଲି ଏବଂ ଘୋଡା ଉପରେ ମଧ୍ୟ ବସି ନଥିଲି । କିନ୍ତୁ ମୁଁ ଏହି ଗୀତର ସୁଟିଂ ସମୟରେ ମତେ ଏହିସବୁ କରିବାର ସୁଯୋଗ ମିଳିଥିଲା ।ଅପାରଶକ୍ତିଙ୍କ 'ତେରୀ ୟାରି' ମିଲିନ୍ଦ ଗବା ଏବଂ ରାଜା କାଜୀ ଗୀତ ଗାନ କରିଥିଲେ । ଏହାକୁ ଦିଲ୍ଲୀରେ ସୁଟିଂ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ