ହାଇଦ୍ରାବାଦ: ବଲିଉଡ ଷ୍ଟାର ଅନୁଷ୍କା ଶର୍ମା ବର୍ତ୍ତମାନ ସୋସିଆଲ ମିଡିଆରେ ସକରାତ୍ମକ ବାର୍ତ୍ତା ଖୋଜୁଛନ୍ତି ଓ ସକରାତ୍ମକ ହେବାକୁ ପରାମର୍ଶ ଦେଉଛନ୍ତି । ଇନଷ୍ଟାଗ୍ରାମର ଏକ ଭିଡିଓ ଜାରି କରି ଏହି ବାର୍ତ୍ତା ଦେଇଛନ୍ତି ।
ଶେଷ ଥର ପାଇଁ ‘ଜିରୋ’ଫିଲ୍ମରେ ନଜର ଆସିଥିବା ଅନୁଷ୍କା ବର୍ତ୍ତମାନ ଫିଲ୍ମରୁ ଦୂରେଇକି ଅଛନ୍ତି । ପତି ବିରାଟ କୋହଲିଙ୍କ ସହ ସମୟ ବିତାଉଛନ୍ତି । ଲାଇମଲାଇଟଠାରୁ ଦୂରେଇକି ରହି ମଧ୍ୟ ଫ୍ୟାନ୍ସଙ୍କୁ ଖୁସି କରିବା ପାଇଁ ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି ଅନୁଷ୍କା ।