ETV Bharat / sitara

ଥମୁନି ‘ପାତାଲ ଲୋକ’ ସମସ୍ୟା, ଟ୍ବିଟରରେ ବ୍ୟାନ ଦାବି - ବଏକଟପାତାଲଲୋକ

ଲାଗୁଛି ଅନୁଷ୍କା ଶର୍ମା ନିଜର ପ୍ରଥମ ୱେବ ସିରିଜକୁ ନେଇ ହଟହଟା । କାରଣ ସିରିଜ ଷ୍ଟ୍ରିମିଂ ହେବା ପରଠୁ ବିବାଦ ଘେରରେ । ଏବେ ଏହାକୁ ବ୍ୟାନ କରିବାକୁ ଦାବି କରୁଛନ୍ତି ସୋସିଆଲ ମିଡିଆ ୟୁଜର୍ସ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁଷ୍କା ଶର୍ମା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁଷ୍କା ଶର୍ମା
author img

By

Published : May 27, 2020, 9:56 PM IST

ମୁମ୍ବାଇ: ଫେମସ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ନିକଟରେ ରିଲିଜ ହୋଇଥିବା ୱେବ ସିରିଜ ‘ପାତାଲ ଲୋକ’ର ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ମେକର୍ସ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ୱେବ ସିରିଜ ଅନେକ ସିନ୍ସ ବିବାଦ ଘେରରେ ଆସିଛି । ଅଭିଯୋଗ ହେଉଛି ଯେ ସିରିଜ ସନାତନ ଧର୍ମର ସମସ୍ତ ଜାତି ମଧ୍ୟରେ ଶତ୍ରୁତା ସୃଷ୍ଟି କରୁଛି ।

ଯାହାକୁ ଆଧାର କରି ବର୍ତ୍ତମାନ ସୋସିଆଲ ମିଡିଆରେ ‘#ବଏକଟପାତାଲଲୋକ’ ଟ୍ରେଣ୍ଡ କରାଇଛନ୍ତି ଅନେକ ୟୁଜର୍ସ । ଏହା ସହିତ ଏହି ସିରିଜ ଉପରେ ବ୍ୟାନ ଲଗାଇବାକୁ ମଧ୍ୟ ଦାବି କରାଯାଉଛି ।

‘ପାତାଲ ଲୋକ’ ବିରୋଧ କରି କୁହଯାଇଛି ଯେ ସିରିଜରେ ସମାଜର ଭୁଲ ଦୃଶ୍ୟ ଦର୍ଶାଯାଇଛି । ହିନ୍ଦୁମାନେଙ୍କୁ ମୁସଲଙ୍କର ମବ ଲିଞ୍ଚିଂ କରୁଥିବା କୁହାଯାଉଛି । ମୁସଲମାନ ଚରିତ୍ରକୁ ସରଳ ଏବଂ ସତ୍ୟବାଦୀ ଏବଂ ଧାର୍ମିକ ଭାବରେ ଉପସ୍ଥାନପ କରାଯାଇଥିବା ବେଳେ ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରାଯାଇଛି । ଖାଲି ଏତିକି ନୁହେଁ ସିରିଜରେ ସିବିଆଇକୁ ମଧ୍ୟ ଭୁଲ ଫର୍ମରେ ଦର୍ଶାଯାଇଛି ।

ଏହି କାରଣରୁ ଟ୍ବିଟରରେ ହ୍ୟାସଟ୍ୟାଗ ସହିତ ଏହି ସିରିଜ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ଏହାକୁ ବ୍ୟାନ କରିବାର ଦାବି କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.