ETV Bharat / sitara

କ୍ରାଇମର ଓଭରଡୋଜ ନେଇ ଆସିଲା ‘ପାତାଲ ଲୋକ’ର ଦ୍ବିତୀୟ ଟିଜର - ଆମାଜନ ପ୍ରାଇମ ଭିଡିଓର

ଆସନ୍ତା 15 ତାରିଖରେ ଷ୍ଟ୍ରିମିଂ ହେବାକୁ ପ୍ରସ୍ତୁତ ହୋଇସାରିଲାଣି ଆମାଜନ ପ୍ରାଇମ ଭିଡିଓର ନୂଆ ସିରିଜ ‘ପାତାଲ ଲୋକ’। ଏବେ ଦେଖନ୍ତୁ ଏହାର ଭୟାନକ ଟିଜର...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁଷ୍କା ଶର୍ମା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁଷ୍କା ଶର୍ମା
author img

By

Published : Apr 27, 2020, 7:24 PM IST

ମୁମ୍ବାଇ: ‘ପାତାଲ ଲୋକ’ ଜରିଆରେ ସୁନ୍ଦରୀ ଅଭିନେତ୍ରୀ ଅନୁଷ୍କା ଶର୍ମା ଡିଜିଟାଲ ଦୁନିଆରେ ପଦାର୍ପଣ କରିବାକୁ ଯାଉଛନ୍ତି। ସେ ପ୍ରଯୋଜିକା ରୂପେ ଆମାଜନ ପ୍ରାଇମ ଭିଡିଓର ଏହି ୱେବ ସିରିଜରେ ପ୍ରଯୋଜନା କରିଛନ୍ତି। ନିକଟରେ ସିରିଜର ଭୟାନକ ଟିଜର ଜାରି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ମେକର୍ସ। ଆଉ ଏବେ ସାମ୍ନାକୁ ଆସିଯାଇଛି ଏହାର ଦ୍ବିତୀୟ ଲୋମହର୍ଷଣକାରୀ ଟିଜର।

  • " class="align-text-top noRightClick twitterSection" data="">

‘ପାତାଲ ଲୋକ’ରେ ନୀରଜ କାବି, ଗୁଲ ପନାଗ ଓ ଜୟଦୀପ ଅହଲାବତ ଭଳି କଳାକାର ନଜର ଆସିବେ। ସେହିପରି ଆସନ୍ତା 5 ତାରିଖରେ ଏହାର ଟ୍ରେଲର ରିଲିଜ କରିବାକୁ ଘୋଷଣା କରିଛନ୍ତି ମେକର୍ସ । ଆଉ ମେ 15ରେ ଆମାଜନ ପ୍ରାଇମ ଭିଡିଓରେ ଏହାକୁ ଦେଖିପାରିବେ ଦର୍ଶକ।

ସିରିଜ ଟିଜର ଜାରି କରି ଅନୁଷ୍କା କ୍ୟାପସନରେ ଲେଖିଛନ୍ତି, ‘ଦୋହରୀ ହେ ଦୁନିୟା, ଦୋହରୀ ହେଁ ଲୋଗ, ପାତାଲ ଲୋକ ୟହିଁ ହେ କହିଁ ଔର ମତ ଖୋଜ।’

ପ୍ରକାଶ ଥାଉକି ପାତାଲ ଲୋକ ଏକ କ୍ରାଇମ ଥ୍ରିଲର କାହାଣୀକୁ ନେଇ ଆଧାରିତ। ଯାହାକୁ ଲେଖିଛନ୍ତି ସନ୍ଦୀପ ଶର୍ମା । ଏହାପୂର୍ବରୁ ସେ ଚର୍ଚ୍ଚିତ ଫଲ୍ମ ‘ଉଡତା ପଞ୍ଜାବ’ର କାହାଣୀ ଲେଖିଥିଲେ । ଖାଲି ଏତିକି ନୁହେଁ ସେ ଅନୁଷ୍କାଙ୍କ ପ୍ରଯୋଜନାରେ ନିର୍ମିତ ଫିଲ୍ମ ଏନଏଚ 10ରେ ମଧ୍ୟ କାମ କରିସାରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.