ETV Bharat / sitara

‘ଝିଅଙ୍କୁ ନିଜ ହିସାବରେ ବଞ୍ଚିବାର ସ୍ବାଧୀନତା ମିଳୁ’

ବର୍ତ୍ତମାନ ନିଜର ବୟାନକୁ ନେଇ ଚର୍ଚ୍ଚାରେ ଅନୁଷ୍କା ଶର୍ମା। ସେ ନାରୀଙ୍କୁ ସବୁ ଜିନିଷରେ ସ୍ବାଧୀନତା ମିଳିବା କଥା ବୋଲି ଏକ ସାକ୍ଷାତକାରରେ କହିଛନ୍ତି । ସେ ଜଲଦି ‘ଅଂଗ୍ରେଜୀ ମିଡିୟମ’ରେ ଗୋଟିଏ ଗୀତରେ ନଜର ଆସିବେ।

author img

By

Published : Mar 9, 2020, 2:16 PM IST

anushka sharma
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁଷ୍କା ଶର୍ମା

ମୁମ୍ବାଇ: ବି-ଟାଉନର ସୁନ୍ଦରୀ ଅଭିନେତ୍ରୀ ଅନୁଷ୍କା ଶର୍ମା ଦୀର୍ଘ ସମୟରୁ ଅଭିନୟଠୁ ଦୂରେଇ ଅଛନ୍ତି । ହେଲେ ସେ ଖୁବଶୀଘ୍ର ଇମରାନ ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ’ର ମଲ୍ଟି ଷ୍ଟାରର ଗୀତ ‘କୁଡି ନୁ ନଚନେ ଦେ’ରେ ନଜର ଆସିବେ । ଯାହା ମହିଳା ଦିବସ ପୂର୍ବରୁ ରିଲିଜ ହୋଇଯାଇଛି । ଇତିମଧ୍ୟରେ ସେ ଏହି ଗୀତକୁ ନେଇ ଏକ ସାକ୍ଷାତକାରରେ ଅନେକ ଆଲୋଚନ କରିଥିଲେ । ତାଙ୍କ ଅନୁଯାୟୀ ସେ ଏମିତି ଏକ ପରିବେଶରେ ଲାଳନପାଳନ ହୋଇଛନ୍ତି, ଯେଉଁଠାରେ ତାଙ୍କ ମନ ମୁତାବିକ ଜିନିଷ କରିବାକୁ ଅନୁମତି ଥିଲା । ଆଉ ସେ ଆଶା ମଧ୍ୟ କରୁଛନ୍ତି ସବୁ ଝିଅଙ୍କୁ ନିଜ ହିସାବରେ ଜୀବନ ବଞ୍ଚିବାର ସ୍ବାଧୀନତା ମିଳିବା କଥା।

ତାଙ୍କ ପିତା ତାଙ୍କୁ କେବେ ମଧ୍ୟ କୌଣସି ଜିନିଷରେ ମାନା କରିନଥିଲେ । ହେଲେ ଦୁଃଖର କଥା ଯେ ଆଜି ଦେଶରେ ଅନେକ ଏମିତି ଘର ଅଛି, ଯେଉଁଠାରେ ଝିଅମାନଙ୍କୁ ସ୍ବାଧୀନତା ମିଳୁନାହିଁ । ଏଥି ନିମନ୍ତେ ସେ ଇମରାନଙ୍କ ଅଭିନୀତ ଫିଲ୍ମ ‘ଅଂଗ୍ରେଜି ମିଡିୟମ’ର ଗୀତ ‘କୁଡି ନୁ ନଚନେ ଦେ’ ପ୍ରତି ଆକର୍ଷିତ ହୋଇଥିଲେ। କାରଣ ଏହି ଗୀତ ନାରୀତ୍ବର ଉତ୍ସବ ପାଳନ କରାଯାଇଛି । ଏହି ଗୀତ ଜଣେ ଝିଅକୁ ଭୁଲ କରିବା ଏବଂ ସେଥିରୁ ନିଜକୁ ସୁଧାରିବାର ସୁଯୋଗ ଦେଉଛି ବୋଲି କହିଛନ୍ତି ଅନୁଷ୍କା।

ପ୍ରକାଶ ଥାଉକି ସେ ଶେଷଥର ଆନନ୍ଦ ଏଲ ରାୟଙ୍କ 2018ରେ ରିଲିଜ ହୋଇଥିବା ଫ୍ଲପ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ । ଫିଲ୍ମରେ ତାଙ୍କ ସହ ଶାହରୁଖ ଖାନ ଓ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମ ପରଠୁ ସେ ଏଯାବତ କୌଣସି ଫିଲ୍ମରେ ନଜର ଆସିନାହାଁନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.