ETV Bharat / sitara

ଲକଡାଉନରେ ଅନୁଷ୍କାଙ୍କ ‘ପାତାଲ ଲୋକ’ର ଝଲକ, ଦେଖନ୍ତୁ ଭିଡିଓ - ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଗାମୀ ସିରିଜ

ଖୁବଶୀଘ୍ର ଡିଜିଟାଲ ଦୁନିଆରେ ପଦାର୍ପଣ କରିବାକୁ ଯାଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମା। ତାଙ୍କ ଆଗାମୀ ସିରିଜର ଝଲକ ସାମ୍ନାକୁ ଆସିଯାଇଛି...

paatal lok amazon prime title announcement watch video
ଫଟୋ ସୌଜନ୍ୟ: ୟୁଟ୍ୟୁବ
author img

By

Published : Apr 24, 2020, 5:11 PM IST

ମୁମ୍ବାଇ: ଗତ କିଛି ବର୍ଷ ହେବ ଡିଜିଟାଲ ପ୍ଲାଟଫର୍ମ ଏଣ୍ଟରଟେନମେଣ୍ଟର ମୁଖ୍ୟ ସାଧନ ସାଜିଛି। ଆଉ ଲକଡାଉନ ସମୟରେ ଏହି ପ୍ଲାଟଫର୍ମ ସାହାଯ୍ୟରେ ଦେଶବାସୀ ଘରେ ରହି ନିଜକୁ ମନୋରଞ୍ଜନ କରିବାରେ ଲାଗିଛନ୍ତି। କାରଣ ଏପରି ପରିସ୍ଥିତିରେ ଟିଭି ଇଣ୍ଡଷ୍ଟ୍ରଠୁ ନେଇ ବଲିଉଡ ଇଣ୍ଡଷ୍ଟ୍ରି କାର୍ଯ୍ୟ ଠପ ପଡିଛି। ଏଥିନିମନ୍ତେ ଡିଜିଟାଲ ପ୍ଲାଟଫର୍ମର ଚାହିଦା ଏବେ ବଢିଚାଲିଛି। ଇତିମଧ୍ୟରେ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ଆଗାମୀ ୱେବ ସିରିଜ ‘ପାତାଲ ଲୋକ’ର ଘୋଷଣା କରିଦେଇଛନ୍ତି । ଯାହା ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ ହେବ। ଏହାର ପ୍ରଯୋଜନା ଦାୟିତ୍ବ ତୁଲାଇଛନ୍ତି ଅନୁଷ୍କା।

  • " class="align-text-top noRightClick twitterSection" data="">

ଦର୍ଶକଙ୍କୁ ସରପ୍ରାଇଜ ଦେବାକୁ ଯାଇ ଶୁକ୍ରବାର ସିରିଜର ଏକ ଝଲକ ରିଲିଜ କରାଯାଇଛି। ଯେଉଁଥିରେ ସିରିଜର ଟାଇଟଲର ଘୋଷଣା ହେବା ସହ ଲୋଗୋ ସାମ୍ନାକୁ ଆସିଛି। 52 ସେକେଣ୍ଡର ଏହି ଭିଡିଓରେ ଲୋମହର୍ଷଣକାରୀ କାହାଣୀ ପର୍ଯ୍ୟବେଶିତ କରାଯାଇଛି।

ଭିଡିଓରେ ଜଣେ ବ୍ୟକ୍ତି ଏହା କହୁଥିବାର ନଜର ଆସୁଛନ୍ତି ଯେ ଶାସ୍ତ୍ରରେ ଲେଖାଯାଇଛି ଏମିତି ଏକ ସ୍ଥାନ ଅଛି, ଯେଉଁଠାରେ ରକ୍ତ ବୁହାଇ ନ୍ୟାୟ ମିଳିଥାଏ । ମଣିଷଙ୍କ ବେଶରେ ରାକ୍ଷସ ବଞ୍ଚିଛନ୍ତି। ରାକ୍ଷସ ଖୁଲମଖୁଲା ନିଶ୍ବାସ ନେଉଛନ୍ତି । ଆଉ ଯାହା ସାମ୍ନାରେ ଜୀବନ ହାରି ଯାଉଛି। ଧରିତ୍ରୀ ତଳରେ ନର୍କର ଏହି ଦୁନିଆକୁ ‘ପାତାଲ ଲୋକ’ କୁହାଯାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.