ମୁମ୍ବାଇ: ଭାରତର ଲୋକପ୍ରିୟ ସେଲିବ୍ରିଟିଙ୍କ ମଧ୍ୟରେ ଜଣେ ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି । ତେବେ ଦଳର ରନ୍ ମେସିନ ବୋଲାଯାଉଥିବା ତଥା ଏହି ଲୋକପ୍ରିୟ କ୍ରିକେଟରଙ୍କ ଆଜି ହେଉଛି ବର୍ଥ ଡେ' । ଏହି ଅବସରରେ ସୋସିଆଲ ମିଡ଼ିଆରେ ଏକ ପ୍ରେମଭରା ନୋଟ୍ ସେୟାର କରି ହବି ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା । ବିରାଟଙ୍କ ହୃଦୟ ସଚ୍ଚୋଟତାରେ ପରିପୂର୍ଣ୍ଣ ବୋଲି କହିଛନ୍ତି ଅନୁଷ୍କା ।
- " class="align-text-top noRightClick twitterSection" data="
">
ପ୍ରେମଭରା ନୋଟ୍ ସହିତ ଏକ ସୁନ୍ଦର ଫଟୋ ସେୟାର କରି ଅନୁଷ୍କା ଲେଖିଛନ୍ତି ଯେ, " ଏହି ଫଟୋ ପାଇଁ କୌଣସି ଫିଲଟ୍ର(Filter)ର ଆବଶ୍ୟକତା ନାହିଁ । ତୁମ ହୃଦୟ ସଚ୍ଚୋଟତାର ଭରପୂର ଓ ଶକ୍ତ । ତୁମ ଭିତରେ ଥିବା ସାହସ ଆଗରେ ଭୟ ଫିକା ପଡ଼ିଥାଏ । ଅନ୍ଧକାରରୁ ତୁମେ ଯେଭଳି ଆଲୋକକୁ ଆସିଥାଏ, ସେପରି ଅନ୍ୟ କେହି ଥିବା ମୁଁ ଜାଣିନାହିଁ । ତୁମେ ଯେକୌଣସି ପରିସ୍ଥିତିରୁ ମୁକୁଳିବାର କ୍ଷମତା ରଖିଥାଅ, କାରଣ କୌଣସି ବି ପରିସ୍ଥିତି ଚିରସ୍ଥାୟୀ ନୁହେଁ ଏବଂ ତୁମେ ଏହା ମଧ୍ୟରୁ ନିର୍ଡରତା ସହିତ ବାହିରିଥାଅ । " ଏଭଳି ନୋଟ୍ ସେୟାର କରି ଅନୁଷ୍କା ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହାସହିତ ତାଙ୍କ ଜୀବନକୁ ଅଧିକ ଆଲୋକିତ କରିଥିବାରୁ ସେ ବିରାଟଙ୍କୁ ଜଣାଇଛନ୍ତି ଧନ୍ୟବାଦ ।
ଅନୁଷ୍କା ଆହୁରି କହିଛନ୍ତି ଯେ ସେମାନେ ସୋସିଆଲ ମିଡ଼ିଆରେ ପରସ୍ପର ସହିତ କଥାବାର୍ତ୍ତା କରିନଥାନ୍ତି । କିନ୍ତୁ ଆଜି ଭଳି ଦିନରେ ସେ ଦୁନିଆକୁ ବିରାଟଙ୍କ ସୁଗୁଣ ସମ୍ପର୍କରେ କହିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ଅନୁଷ୍କା । ବିରାଟଙ୍କୁ ଯିଏ ଭଲ ଭାବରେ ଜାଣିଛନ୍ତି ସେମାନେ ଅତ୍ୟନ୍ତ ଭାଗ୍ୟବାନ । ସବୁକିଛିକୁ ଆଲୋକିତ କରିବା ସହିତ ଅଧିକ ସୁନ୍ଦରମୟ କରିଥିବାରୁ ସେ ବିରାଟଙ୍କୁ ଧନ୍ୟବାଦ ଜଣାଇଥିବା କହିଛନ୍ତି ।
ଏହି ପ୍ରେମଭରା ନୋଟ ସହିତ ସେ ଏକ ସୁନ୍ଦର ଫଟୋ ମଧ୍ୟ ସେୟାର କରିଛନ୍ତି । ଏଥିରେ ସେ ବିରାଟଙ୍କୁ ଆଲିଙ୍ଗନ କରିଥିବା ବେଳେ ଉଭୟ ଖୁସିଥିବା ଦେଖିବାକୁ ମିଳିଛି । ଏହି ଫଟୋଟି ଦୁବାଇରେ ଦିୱାଲି ସେଲିବ୍ରେସନ ବେଳେ ଉଠାଯାଇଛି । ତେବେ ସୂଚନା ଥାଉ କି ଗତ ୨୦୧୭ ମସିହା ଡିସେମ୍ବର ୧୧ ତାରିଖରେ ବିରାଟ ଓ ଅନୁଷ୍କା ଇଟାଲୀରେ ଏକ ପ୍ରାଇଭେଟ ସେରିମନି ଜରିଆରେ ପରସ୍ପରକୁ ଜୀବନର ସାଥୀ କରିଥିଲେ । ଏହାସହିତ ବର୍ତ୍ତମାନ ଏହି ଲୋକପ୍ରିୟ କପଲ୍ ୯ ମାସର ଶିଶୁକନ୍ୟା 'ଭାମିକା'ର ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ