ETV Bharat / sitara

ଅନୁଷ୍କାଙ୍କ 'ବୁଲବୁଲ' ରିଲିଜ - ଅନୁଷ୍କାଙ୍କ 'ବୁଲବୁଲ'

ଆଜି ଅନୁଷ୍କା ଶର୍ମାଙ୍କ ଚଳଚ୍ଚିତ୍ର 'ବୁଲବୁଲ' ମୁକ୍ତିଲାଭ କରିଛି । ଏହି ଅବସରରେ ଅନୁଷ୍କା ଇନଷ୍ଟାଗ୍ରାମରେ ଲାଲ ରଙ୍ଗର ଆକାଶ ସହିତ ତାଙ୍କର ଏକ ଫଟୋ ସେୟାର କରିଛନ୍ତି । 'ବୁଲବୁଲ' ହେଉଛି ଅନୁଷ୍କାଙ୍କ ଦ୍ୱିତୀୟ ଡିଜିଟାଲ୍ ପ୍ରଡକ୍ସନ୍ ଏବଂ ଓଟିଟିରେ ମୁକ୍ତିଲାଭ କରିଥିବା ପ୍ରଥମ ଚଳଚ୍ଚିତ୍ର । ଅଧିକ ପଢନ୍ତୁ...

anushka sharma paints the sky red as bulbbul releases on netflix
ଅନୁଷ୍କାଙ୍କ 'ବୁଲବୁଲ' ହେଲା ରିଲିଜ
author img

By

Published : Jun 24, 2020, 5:14 PM IST

ମୁମ୍ବାଇ: ଅନୁଷ୍କା ଶର୍ମାଙ୍କ ପ୍ରଡକ୍ସନ୍ କମ୍ପାନୀର ପ୍ରଥମ ଡିଜିଟାଲ୍ ଫିଲ୍ମ 'ବୁଲବୁଲ୍' ଆଜି ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଛି । ଦର୍ଶକ ଏହାକୁ ବହୁତ ପସନ୍ଦ କରିଛନ୍ତି ।

ଏହି ଅବସରରେ ଅନୁଷ୍କା ଇନଷ୍ଟାଗ୍ରାମରେ ଲାଲ ରଙ୍ଗର ଆକାଶ ବ୍ୟାକଗ୍ରାଉଣ୍ଡରେ ତାଙ୍କର ଏକ ଫଟୋ ସେୟାର କରିଛନ୍ତି ।

ଏହା ଅନୁଷ୍କାଙ୍କ ଏକ ପୁରୁଣା ଫଟୋ କିନ୍ତୁ ଏକ ଭିନ୍ନ ବ୍ୟାକଗ୍ରାଉଣ୍ତ ସହିତ ଏହି ଫଟୋ ପୋଷ୍ଟ କରିଛନ୍ତି । ଫଟୋରେ ଅନୁଷ୍କା ତାଙ୍କ ଷ୍ଟାଇଲିସ୍ ପୋଷାକରେ ଝରକା ପାଖରେ ବସି ହସୁଛନ୍ତି ଏବଂ ତାଙ୍କ ପାଖରେ ଏକ ମୋବାଇଲ ରଖାଯାଇଥିବାର ଦେଖିବାକୁ ମିଳିଛି । ଫଟୋରେ, ବ୍ୟାକଗ୍ରାଉଣ୍ତ ଆକାଶ ଲାଲ ରଙ୍ଗର, ଠିକ୍ 'ବୁଲବୁଲ୍' ସିରିଜର ଥିମ୍ ରଙ୍ଗ ପରି ଦେଖାଯାଉଛି ।

ଅନୁଷ୍କା ଏହି ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି, 'ସମଗ୍ର ସହରର ଆକାଶକୁ ଲାଲ ରଙ୍ଗରେ ପେଣ୍ଟ କରାଯାଇଛି । ଯାହା ଆସୁଛି ସେଥିପାଇଁ ଆପଣ ପ୍ରସ୍ତୁତ କି ? # ବୁଲବୁଲ ଆଜି କେବଳ @ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଛି ।

ନେଟଫ୍ଲିକ୍ସ ଇଣ୍ଡିଆର ଅରଜିନାଲ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ତୃପ୍ତି ଡିମ୍ରି, ରାହୁଲ ବୋଷ ଏବଂ ଅବିନାଶ ତିୱାରୀ ଅଛନ୍ତି ।

ପ୍ରକାଶ ଥାଉ କି, ଅନବୀତା ଦତ୍ତଙ୍କ ନିର୍ଦ୍ଦେଶିତ ପିରିୟଡ-ହରର୍ର ଡ୍ରାମା ଅନୁଷ୍କା ଶର୍ମା ତାଙ୍କ ପ୍ରଡକ୍ସନ୍ କମ୍ପାନୀ କ୍ଲିନ୍ ସ୍ଲେଟ୍ ଫିଲ୍ମସର ବ୍ୟାନରରେ ପ୍ରସ୍ତୁତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.