ମୁମ୍ବାଇ: କରୋନାଭାଇରସ କାରଣରୁ ପଡିଥିବା ଲକଡାଉନ ସମୟରେ ସମସ୍ତ ସେଲିବ୍ରିଟିମାନେ ନିଜ ଘରେ ରହି ପରିବାରଙ୍କ ସହ ସମୟ ବିତାଉଛନ୍ତି । ଏହି ସମୟରେ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଲକଡାଉନ ସମୟରେ ସେ ତାଙ୍କ ପିତାମାତା ଏବଂ ବିରାଟ କୋହଲିଙ୍କ ସହ ଏକ ଗେମ ଖେଳୁଥିବା ନଜର ଆସିଛନ୍ତି ।
ଏହି ଫଟୋରେ ପୁରା ପରିବାର ବୋର୍ଡ ଗେମ ଖେଳୁଛନ୍ତି । ଏହି ଫଟୋ ସହିତ ଅଭିନେତ୍ରୀ ଏହାର କ୍ୟାପସନରେ ଲେଖିଛନ୍ତି ଯେ, 'ଯେଉଁମାନେ ଆମର ଯତ୍ନ ନେଉଛନ୍ତି, ସେ ହେଉଛନ୍ତି ଆମ ପରିବାର । ଯେଉଁମାନେ ଆମକୁ ଆମର ଜୀବନ ଯାତ୍ରା ବିଷୟରେ ଶିଖାଉଛନ୍ତି ଏବଂ ଏହାସହ ଆମକୁ କିପରି ଚାଲିବା, କିପରି ଖାଇବା, ଲୋକମାନଙ୍କ ସହ କିପରି କଥାବାର୍ତ୍ତା ହେବା ଏବଂ ଦୁନିଆକୁ କିପରି ସାମ୍ନା କରିବା ସବୁକିଛି ଶିଖାଇଛନ୍ତି ।
ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ,ଆପଣମାନେ ମଧ୍ୟ ଆପଣଙ୍କ ପରିବାର ସହ ସମୟ ବିତାନ୍ତୁ ଏବଂ ପରିବାର ସହିତ ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରନ୍ତୁ । ଏହାସହ ଅଭିନେତ୍ରୀ ଲୋକମାନଙ୍କୁ ଘରେ ରହିବା ପାଇଁ ନିବେହନ ମଧ୍ୟ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ