ETV Bharat / sitara

'ଗ୍ୟାଙ୍ଗସ ଅଫ ୱାସେପୁର'କୁ ତିଆରି କରି ବର୍ବାଦ ଅନୁରାଗ! - life

ସତ୍ୟ କାହାଣୀକୁ ନେଇ ତିଆରି ହୋଇଥିବା ଚର୍ଚ୍ଚିତ ଫିଲ୍ମ 'ଗ୍ୟାଙ୍ଗସ ଅଫ ୱାସେପୁର'ର ରିଲିଜକୁ ପୁରିଲା ସାତବର୍ଷ । ଫିଲ୍ମ ରିଲିଜ ପରଠାରୁ ବର୍ବାଦ ହୋଇଯାଇଛନ୍ତି ନିର୍ଦ୍ଦେଶକ ଅନୁରାଗ ବୋଲି ସୋସିଆଲ ମିଡିଆରେ କଲେ ଖୁଲାସା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଅନୁରାଗ କଶ୍ୟପ
author img

By

Published : Jun 23, 2019, 3:25 AM IST

ମୁମ୍ବାଇ: ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ପପୁଲାର ଫିଲ୍ମ 'ଗ୍ୟାଙ୍ଗସ ଅଫ ୱାସେପୁର' ଆଜିର ଦିନରେ ରିଲିଜ ହୋଇଥିଲା । ଏହି ଅବସରରେ ଅନୁରାଗ ଏମିତି କଥା କହିଛନ୍ତି ଯାହା ଶୁଣି ଦର୍ଶକ ମଧ୍ୟ ଆଶ୍ଚର୍ଯ୍ୟ । ରିଲିଜର 7 ବର୍ଷ ପରେ ସେ ଫିଲ୍ମକୁ ନେଇ ବଡ ଖୁଲାସା କରିଛନ୍ତି ।

photo
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଅନୁରାଗ କଶ୍ୟପ

ସେ କହିଛନ୍ତି କି ଏହି ଫିଲ୍ମ ପରଠାରୁ ତାଙ୍କ ଜୀବନ ବର୍ବାଦ ହୋଇଯାଇଛି । ସେ ଶନିବାର ଏକ ପୋଷ୍ଟ କରି ଟ୍ବିଟରେ ଲେଖିଛନ୍ତି, "ଆଜିଠାରୁ ଠିକ୍ ସାତ ବର୍ଷ ପୂର୍ବେ ମୋ ଜବୀନ ବର୍ବାଦ ହୋଇଯାଇଥିଲା । ସେହି ସମୟ ଠାରୁ ଆଜି ପର୍ଯ୍ୟନ୍ତ ସମସ୍ତେ ଭାବୁଛନ୍ତି କି ମୁଁ ସେହି କାମ ବାରମ୍ବାର କରିବି । କିନ୍ତୁ ମୁଁ ସେହି ଇଚ୍ଛା ଠାରୁ ଦୂରକୁ ଯିବା ପାଇଁ ଅସଫଳ ପ୍ରୟାସ କରୁଛି । ଆଶା କରୁଛି 2019 ଶେଷଆଡକୁ ସାଢେସାତ ଶେଷ ହୋଇଯିବ ।"

ପ୍ରକାଶ ଥାଉକି ବାସ୍ତବ କାହାଣୀ ଉପରେ ଆଧାରିତ 'ଗ୍ୟାଙ୍ଗସ ଅଫ ୱାସେପୁର' ଦର୍ଶକ ହୃଦୟ କିଣିବାରେ ସଫଳ ହୋଇଥିଲା । ଫିଲ୍ମଟି ଓପନିଂ ୱିକେଣ୍ଡରେ 10 କୋଟିରୁ ଉର୍ଦ୍ଧ୍ବ ଆୟ କରି ହିଟ ସାବ୍ୟସ୍ତ ହୋଇଥିଲା । ଫିଲ୍ମଟି ଝାଡଖଣ୍ଡକ ଧନବାଦ ଜିଲ୍ଲାରେ ସ୍ଥିତ ୱାସେପୁରର କାହାଣୀ ଉପରେ ଆଧାରିତ ହୋଇଥିଲା । ଯେଉଁଥିରେ ମନୋଜ ବାଜପେୟୀ, ନୱାଜୁଦ୍ଦୀନ ସିଦ୍ଦିକୀ, ପିୟୁଷ ମିଶ୍ରା ଓ ରିତା ଚଡ୍ଡା ଭଳି କଳାକାର ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

ସ୍ଲଗ:ବୁଲିଙ୍ଗ୍ ବୁଥ ଅଭିମୁଖେ ସରକାରୀ କର୍ମଚାରୀ....
ରିପୋର୍ଟର: ସମୀର ଆଚାର୍ଯ୍ୟ,
ଫମାର୍ଟ  :ଏଭିଓ+ଭକ୍ସପପ୍ ,
ସ୍ଥାନ      :   ବ୍ରହ୍ମପୁର ,
ତାରିଖ    : ୦୯-୦୪-୧୮.(ଭିଜୁଆଲ ମୋଜୋ ରେ ଯାଇଛି) 
(ଆଙ୍କର)ଆଙ୍କର-ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଆଉ ଗୋଟିଏ ଦିନ ରହିଥିବା ବେଳେ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହକାରେ ସମସ୍ତ ବୁଥରେ ପରିଚାଳନ୍ନା କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଭୋଟ ଦଦାନ କେନ୍ଦ୍ର କୁ ପଠାଇ ଦିଆଯାଇଛି ପୁଲିଙ୍ଗ୍ ପାର୍ଟି ଗୁଡିକୁ  । ବ୍ରହ୍ମପୁର ସହରରୁ ପୂର୍ବରୁ ତାଲିମ ପ୍ରାପ୍ତ ଏହି ସରକାରୀ ଅଧିକାରୀ ଏବଂ କର୍ମଚାରୀ ମାନେ ଭିନ୍ନ ଭିନ୍ନ ସ୍ୱତନ୍ତ୍ର ଗାଡିରେ ସମସ୍ତ ପୁଲିଙ୍ଗ୍ ବୁଥ କୁ ବାହାରିଥିବା ବେଳେ ରାତ୍ର ସୁଦ୍ଧା ସମସ୍ତ ସ୍ଥାନରେ ପହଞ୍ଚିବେ  । ପ୍ରତେକ ପୁଲିଙ୍ଗ୍ ପାର୍ଟିରେ ପ୍ରିସାଡିଙ୍ଗ୍ ଅଫିସର ସହ ପ୍ରଥମ ପୁଲିଙ୍ଗ୍ ଅଫିସର ଙ୍କୁ ମିଶାଇ ୬ ଜଣ ଲେଖାଏଁ ସରକାରୀ କର୍ମଚାରୀ ରହିଥିବା ବେଳେ ଇଭିଏମ୍ ସହିତ ଭିଭିପାର୍ଟ ମେସିନ୍ ଏବଂ ନିର୍ବାଚନ ପାଇଁ ଆବଶ୍ୟକିୟ ସମସ୍ତ କାଗଜପତ୍ର କୁ ନେଇ ବାହାରିଥିବା ବେଳେ ରାତ୍ର ସୁଦ୍ଧା ସମସ୍ତ ପୁଲିଙ୍ଗ୍ ପାର୍ଟି ଭୋଟଦାନ କେନ୍ଦ୍ରରେ ପହଞ୍ଚିବେ  ।   ସେହିପରି ପ୍ରତେକ ବୁଥରେ ସୁରକ୍ଷା ପାଇଁ ପୋଲିସ କର୍ମଚାରୀ ଉପସ୍ଥିତ ରହିବେ  । ବିଭିନ୍ନ ଭୋଟଦାନ କେନ୍ଦ୍ର କୁ ନିର୍ବାଚନ ପରିଚାଳନ୍ନା କରିବାକୁ ବାହାରିଥିବା ସରକାରୀ କର୍ମଚାରୀ ଙ୍କ ସହ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ସମ୍ୱାଦଦାତା  ।
ଭକ୍ସପପ୍..
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.