ETV Bharat / sitara

ଅନୁରାଗଙ୍କୁ ମିଳିଲା ହତ୍ୟା ଧମକ, ଆକ୍ସନମୁଡରେ ମୁମ୍ବାଇ ପୋଲିସ - କୋଙ୍କଣା ସେନ ଶର୍ମା

ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ନିର୍ଦ୍ଦେଶକ ଅନୁରାଗଙ୍କୁ ମିଳିଛି ହତ୍ୟା ଧମକ । ମବଲିଞ୍ଚିଂ ବିରୋଧରେ ଲେଖିବାରୁ ଏପରି ସମସ୍ୟାରେ ଫଶିଲେ ଅନୁରାଗ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁରାଗ କଶ୍ୟପ
author img

By

Published : Jul 26, 2019, 11:20 PM IST

ମୁମ୍ବାଇ: ନିକଟରେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦିଙ୍କୁ 49 ଜଣ କଳାକାର ଭିଡ ହତ୍ୟାକୁ ବିରୋଧ କରି ଚିଠି ଲେଖିଥିଲେ । ଯେଉଁ ଚିଠିରେ ବଲିଉଡର ପପୁଲାର ନିର୍ମାତା ଅନୁରାଗ କଶ୍ୟପ ତେଲୁଗୁ ନିର୍ଦ୍ଦେଶକ ମଣିରତ୍ନମ, ଅପର୍ଣା ସେନ, କୋଙ୍କଣା ସେନ ଶର୍ମା ସାଇନ କରିଥିଲେ । ସାମାଜିକ ପ୍ରସଙ୍ଗରେ ଖୁଲମଖୁଲା ନିଜ ପ୍ରତିକ୍ରିୟା ରଖୁଥିବା ଅନୁରାଗ ପୁଣି ଏବେ ଚର୍ଚ୍ଚାରେ ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଅନୁରାଗ କଶ୍ୟପ

କଥାଟି ହେଲା କି ତାଙ୍କୁ ସୋସିଆଲ ମିଡିଆର ଜଣେ ୟୁଜରଙ୍କ ଠାରୁ ହତ୍ୟା ଧମକ ମିଳିଛି । ଯାହାର ଜବାବ ଦେବାକୁ ଆଦୌ ବିଳମ୍ବ କରିନଥିଲେ ଅନୁରାଗ ।

ହତ୍ୟା ଧମକ ପାଇବା ପରେ ଅନୁରାଗ ସଙ୍ଗେ ସଙ୍ଗେ ଏହି ଟ୍ବିଟକୁ ମୁମ୍ବାଇ ପୋଲିସକୁ ପଠାଇଥିଲେ । ସେପଟେ ପୋଲିସ ମଧ୍ୟ ତାଙ୍କ ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଦେଇଛି ।

ମୁମ୍ବାଇ ପୋଲିସ ଅନୁରାଗଙ୍କୁ ଜବାବ ଦେଇ ଲେଖିଛି, "ସାଇବର ପୋଲିସ ଷ୍ଟେସନକୁ ସେହି ୟୁଜରଙ୍କ ବିବରଣୀ ପଠା ଯାଇଛି । ଆଇନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପାଇଁ ଆପଣ ନିକଟତମ ପୋଲିସ ଷ୍ଟେସନରେ ଅଭିଯୋଗ ରୁଜୁ କରିବାର ଅନୁରୋଧ କରନ୍ତୁ"।

ଏହାପରେ ଅନୁରାଗ ମୁମ୍ବାଇ ପୋଲିସଙ୍କ ଏପରି ପଦକ୍ଷେପରେ ଧନ୍ୟବାଦ ଜଣାଇ ଏକ ଟ୍ବିଟ ମଧ୍ୟ କରିଛନ୍ତି । ଯେଉଁଥିରେ ଲେଖାଯାଇଛି, "ମୁଁ ମୁମ୍ବାଇ ପୋଲିସ, ମହାରାଷ୍ଟ୍ର ସାଇବର ସେଲ, ବ୍ରଜେଶ ସିଂହଙ୍କୁ ଏଫଆଇଆର ରୁଜୁ କରିବାରେ ମତେ ସାହାଯ୍ୟ କରିଥିବାରୁ ଧନ୍ୟବାଦ ଜଣାଉଛି । ଏହି ସମର୍ଥନ ପାଇଁ ବହୁତ ବହୁତ ଧନ୍ୟବାଦ । ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଧନ୍ୟବାଦ । ଦେବେନ୍ଦ୍ର ଫଡର୍ଣ୍ଣବିସ ଏବଂ ନରେନ୍ଦ୍ର ମୋଦି ସାରଙ୍କୁ ଧନ୍ୟବାଦ "।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.