ମୁମ୍ବାଇ: କୋରୋନା ଭାଇରସ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତାଙ୍କୁ 2 ଥର ସମ୍ବୋଧିତ କରିଛନ୍ତି। ନିକଟରେ ମୋଦି କହିଥିଲେ ଯେ କୋରୋନା ଆକ୍ରମଣ କରିବା ପୂର୍ବରୁ ଧର୍ମ, ଜାତି, ରଙ୍ଗ, ଭାଷା ଓ ସୀମା ଦେଖେନାହିଁ । ଏହି ସଙ୍କଟ ପରିସ୍ଥିତିରେ ଆମକୁ ଏକାଠି ରହି ଲଢିବାକୁ ପଡିବ। ତାଙ୍କର ଏହି କଥାକୁ ବର୍ତ୍ତମାନ ଆଧାର କରି ଫେମସ ଚଳଚିତ୍ର ନିର୍ମାତା ଅନୁରାଗ କଶ୍ୟପ ଏକ ଟ୍ବିଟ କରି ନିଜ ପ୍ରତିକ୍ରିୟା ରଖିଛନ୍ତି।
କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରୁ ଗାୟବ ହୋଇଯାଇଥିଲେ ଅନୁରାଗ । ହେଲେ ଏବେ ଫେରି ସେ ପୁଣି ନିଜ ବିନ୍ଦାସ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଛନ୍ତି । ପିଏମଙ୍କ ଟ୍ବିଟରେ ଜବାବ ଦେଇ ଲେଖିଛନ୍ତି, ‘କ୍ୟା ବାତ ହେ। ଚଲୋ କହା ତୋ।’
ପ୍ରକାଶ ଥାଉକି ପ୍ରଥମଥର ଏମିତି ଟ୍ବିଟ କରିନାହାଁନ୍ତି ଅନୁରାଗ । ସେ ପୂର୍ବରୁ ସିଏଏ, ଏନଆରସି ବିରୋଧରେ ମଧ୍ୟ ଅନେକ ଟ୍ବିଟ କରିସାରିଛନ୍ତି । ସେ ସବୁବେଳେ ସାମାଜିକ ଓ ରାଜନୈତିକ ପ୍ରସଙ୍ଗ ଉପରେ ବୟାନ ଦେଇ ଚର୍ଚ୍ଚାରେ ରୁହନ୍ତି।