ମୁମ୍ବାଇ: କ୍ରିକେଟ ଅଲରାଉଣ୍ଡର ଓ 1983 ବିଶ୍ବ କପ ବିଜେତା ଟିମର କ୍ୟାପ୍ଟେନ ରହିସାରିଥିବା ଲେଜେଣ୍ଡ କ୍ରିକେଟର କପିଲ ଦେବଙ୍କ ନୂଆ ଅବତାର । ବର୍ତ୍ତମାନ ସୋସିଆଲ ମିଡିଆରେ ଛାଇଲା ତାଙ୍କ ଅବତାର। ଯାହାକୁ ନେଇ ଆଶ୍ଚର୍ଯ୍ୟ ତାଙ୍କ ଫ୍ୟାନ୍ସ। ସବୁବେଳେ ନିଜ କେଶ ପାଇଁ ଚର୍ଚ୍ଚାରେ ରହୁଥିବା କପିଲ ଏବେ ଲଣ୍ଡା ହୋଇଯାଇଛନ୍ତି। ଆଉ ତାଙ୍କ ଏହି ଷ୍ଟାଇଲ ଉପରେ ଶାନଦାର ପ୍ରତିକ୍ରିୟା ଦେଇଛନ୍ତି ବିଶିଷ୍ଟ ଅଭିନେତା ଅନୁପମ ଖେର।
ସେ ମଜାଦାର କମେଣ୍ଟ କରି ଟ୍ବିଟରେ ଲେଖିଛନ୍ତି , ‘ମୋର ସ୍ନେହର ବନ୍ଧୁ କପିଲ ଦେବ ମଧ୍ୟ ଲଣ୍ଡା ହୋଇଗଲେ। ଏହାକୁ ଫ୍ୟାଶନରେ ସେଭଡ କୁହାଯାଏ । ମୁଁ ସବୁବେଳେ କହିଆସୁଛି ଯେ ଏହି ଦୁନିଆରେ ଦୁଇ ପ୍ରକାର ମଣିଛ ଅଛନ୍ତି । ଲଣ୍ଡା ଏବଂ ଭଭିଷ୍ୟତର ଲଣ୍ଡା। ଲଣ୍ଡାଙ୍କ ମହଲରେ ଆପଣଙ୍କ ସ୍ବାଗତ ସାର୍।’ ସେ ଏହି ଟ୍ବିଟକୁ କପିଲଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି ।
ଏବେ ସୋସିଆଲ ମିଡିଆରେ ଫ୍ୟାନ୍ସ ତାଙ୍କ ଅବତାରକୁ ‘ବାହୁବଳୀ’ ଫିଲ୍ମର ଫେମସ ଭୂମିକା କଟ୍ଟପାଙ୍କ ସହ ତୁଳନା କରିବାରେ ଲାଗିଛନ୍ତି । ଏହାସହ RDX ତଥା ୱେଲକମ ଫିଲ୍ମର ଫିରୋଜ ଖାନଙ୍କ ଭୂମିକା ସହ ମଧ୍ୟ କିଛି ୟୁଜର୍ସ ତୁଳନା କରିଛନ୍ତି ।