ETV Bharat / sitara

ବିନା କାରଣରେ କେକ କାଟି ସେଲିବ୍ରେସନ କରୁଛନ୍ତି ଅନୁପମଙ୍କ ପରିବାର

କୋଭିଡ-19 ମହାମାରୀ ମଧ୍ୟରେ ଅନୁପମ ଖେର ଏକ ଛୋଟ ଭିଡିଓ କ୍ଲିପ୍ ସେୟାର କରିଛନ୍ତି । ଯେଉଁଥିରେ ସେ ଏବଂ ତାଙ୍କ ପରିବାର ବିନା କାରଣରେ କେକ୍ କାଟି ଉପଭୋଗ କରୁଥିବାର ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

author img

By

Published : Aug 18, 2020, 9:29 PM IST

Anupam Kher, family enjoy cake cutting for no reason
ବିନା କାରଣରେ କେକ କାଟି ସେଲିବ୍ରେସନ କରୁଛନ୍ତି ଅନୁପମଙ୍କ ପରିବାର

ମୁମ୍ବାଇ: ମଙ୍ଗଳବାର ଦିନ ଅଭିନେତା ଅନୁପମ ଖେର ଏବଂ ତାଙ୍କ ମା ଦୁଲାରୀ ଅନ୍ୟ ପରିବାର ସଦସ୍ୟଙ୍କ ସହ ବିନା କାରଣରେ କେକ୍ କାଟି ଉପଭୋଗ କରୁଥିବାର ନଜର ଆସିଥିଲେ ।

ଅନୁପମ ଟ୍ୱିଟରରେ ସେୟାର କରିଥିବା କ୍ଷୁଦ୍ର ଭିଡିଓ କ୍ଲିପ୍‌ରେ ତାଙ୍କ ମାଆ ପୁଅକୁ କ୍ରମାଗତ ଭାବରେ କ୍ଷିରୀ ଖାଇବାକୁ କହୁଥିବାର ଦେଖିବାକୁ ମିଳିଛି । ଏଥିସହିତ ଭିଡିଓରେ ଦୁଲାରୀ ଅନୁପମ ଖେରଙ୍କ ଭାଇ ରାଜୁଙ୍କ ମୁହଁରେ ଏକ ମଜାଳିଆ ଚାପୁଡ଼ା ମାରିବାର ଦେଖିବାକୁ ମିଳିଛି ଏବଂ ପରିବାର ଲୋକ କେକ୍ କଟିଂ ସମୟରେ ଗୀତ ଗାଉଥିବାର ଦେଖିବାକୁ ମିଳିଛି ।

ଏହି ଭିଡିଓ ସହିତ ଅନୁପମ ଟ୍ୱିଟ୍ କରି କହିଛନ୍ତି ଯେ, ମାଆ ଜିଦ୍ ଧରିଥିଲେ ଯେ ସେ କ୍ଷିରୀ ଖାଇବାକୁ ଚାହୁଁଛନ୍ତି । ତେଣୁ ତାଙ୍କ ପରିବାର ପାଇଁ ବିନା କାରଣରେ କେକ କାଟି ସେଲିବ୍ରେସନ କରୁଛନ୍ତି । ଦୁଲାରୀ ବିନା କାରଣରେ ରାଜୁଙ୍କୁ ଚାପୁଡ଼ା ମାରିଥିଲେ । # ଦୁଲାରି ରକ୍ସ ।

ପ୍ରକାଶ ଥାଉ କି, ଗତ ମାସ ଆରମ୍ଭରେ ଅନୁପମଙ୍କ ମାଆ, ଭାଇ ଏବଂ ତାଙ୍କ ପରିବାର କରୋନା ସଂକ୍ରମଣରୁ ଉଦ୍ଧାର ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.