ETV Bharat / sitara

ଅଯୋଧ୍ୟା ରାୟ: ସଦଭାବନା ରକ୍ଷା କରିବାକୁ ବଲିଉଡ ସେଲିବ୍ରିଟିଙ୍କ ଅପିଲ - କଣ୍ଟ୍ରୋଭର୍ସି ଅଭିନେତ୍ରୀ ସ୍ବରା ଭାସ୍କର ଟ୍ବିଟ

ଶନିବାର ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇଛି। ସମଗ୍ର ଦେଶବାସୀ ଏ ମାମଲାରେ କୋର୍ଟଙ୍କ ରାୟ ଶୁଣିବାକୁ ଅପେକ୍ଷା କରି ରହିଥିଲେ। ଇତିମଧ୍ୟରେ ଏ ମାମଲାର ରାୟ ପ୍ରକାଶ ପାଇଛି। ସଦଭାବ ରକ୍ଷା କରି ଶାନ୍ତିରେ ରହିବାକୁ ଟ୍ବିଟ କରି ସମସ୍ତଙ୍କୁ ଅନୁରୋଧ କରିଛନ୍ତି ବଲିଉଡ ସେଲିବ୍ରିଟି।

ଡିଜାଇନ ଫଟୋ
author img

By

Published : Nov 9, 2019, 1:34 PM IST

Updated : Nov 9, 2019, 6:41 PM IST

ମୁମ୍ବାଇ: ବହୁପ୍ରତୀକ୍ଷିତ ଅଯୋଧ୍ୟା ବିବାଦ ମାମଲାର ପ୍ରକାଶ ପାଇଛି ଚୂଡାନ୍ତ ରାୟ। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଛନ୍ତି। ହେଲେ ଏ ମାମଲାର ରାୟ ଆସିବାର କିଛି ମିନିଟ ପୂର୍ବରୁ ବଲିଉଡର କଣ୍ଟ୍ରୋଭର୍ସି ଅଭିନେତ୍ରୀ ସ୍ବରା ଭାସ୍କର ଟ୍ବିଟ କରି ଲୋକଙ୍କୁ ଶାନ୍ତି ଏବଂ ଧୈର୍ଯ୍ୟ ରଖିବାକୁ ଅପିଲ କରିଥିଲେ। ସ୍ବରା ନିଜ ଭାବନାକୁ ବ୍ୟକ୍ତ କରିବା ପାଇଁ ଏକ ଲୋକପ୍ରିୟ ଭଜନର ଦୁଇ ଲାଇନ ଲେଖିଛନ୍ତି।

tweet-1
ଫଟୋ ସୌଜନ୍ୟ: ଟ୍ବିଟର@ଫରହାନ ଅଖତର

ସେ ଟ୍ବିଟରରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ରଘୁପତି ରାଘବ ରାଜା ରାମ... ସବ କୋ ସନମତି ଦେ ଭଗବାନ।’ ଯାହାର ଅର୍ଥ ହେଲା ଈଶ୍ବର ସମସ୍ତଙ୍କୁ ସଦବୁଦ୍ଧି ଦିଅନ୍ତୁ । ଏହି ଭଜନଟି ଦୁନିଆକୁ ଅହିଂସାର ପାଠ ପଢାଇଥିବା ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ପସନ୍ଦୀୟ ଭଜନ ଥିଲା।

tweet2
ଫଟୋ ସୌଜନ୍ୟ: ଟ୍ବିଟର@ଅନୁପମ ଖେର

ଅନ୍ୟପଟେ ବଲିଉଡର ବିଶିଷ୍ଟ ଅଭିନେତା ଅନୁପମ ଖେର ମଧ୍ୟ ଏକ ଟ୍ବିଟ କରି ଲୋକଙ୍କୁ ଶାନ୍ତି ବଜାଇ ରଖିବାକୁ ଅପିଲ କରିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, ‘ଅଲ୍ଲାହ ତେରୋ ନାମ, ଈଶ୍ବର ତେରୋ ନାମ । ସବକୋ ସନମତି ଦେ ଭଗବାନ ।’

tweet-3
ଫଟୋ ସୌଜନ୍ୟ: ଟ୍ବିଟର@ସ୍ବରା ଭାସ୍କର

ସେହିପରି ବଲିଉଡର ନିର୍ଦ୍ଦେଶକ, ଗାୟକ ଓ ଅଭିନେତା ଫରହାନ ଅଖତର ମଧ୍ୟ ଟ୍ବିଟ କରି ଲେଖିଛନ୍ତି, ସମସ୍ତଙ୍କୁ ଅନୁରୋଧ, ଦୟାକରି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଅନ୍ତୁ । ଏହାକୁ ଅନୁଗ୍ରହ ସହ ସ୍ବୀକାର କରନ୍ତୁ। ଯଦି ଏହା ଆପଣଙ୍କ ପାଇଁ କିମ୍ବା ଆପଣଙ୍କ ବିରୋଧରେ ଯାଉଛି । ତେବେ ଆମ ଦେଶକୁ ଜଣେ ବ୍ୟକ୍ତି ପରି ଆଗକୁ ବଢିବାର ଅଛି। ଜୟ ହିନ୍ଦ।’

Intro:Body:

BLANK FOR LINK 

Conclusion:
Last Updated : Nov 9, 2019, 6:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.