ମୁମ୍ବାଇ: ଲକଡାଉନ ପଡିଥିବା ବେଳେ ସମସ୍ତ ଲୋକ ନିଜ ଘରେ ଅଛନ୍ତି ଏବଂ କରୋନାଭାଇତସ ବିସ୍ତାରକୁ ନେଇ ଟିକେ ଚିନ୍ତିତ ଅଛନ୍ତି । ମହାମାରୀ ସମୟରେ ଲୋକମାନଙ୍କୁ ମନୋରଞ୍ଜନ କରିବା ପାଇଁ ଗାୟକ ଅନୁ ମଲିକ ଏକ ନୂତନ ଗୀତ ଆଣିଛନ୍ତି ।

ଏହି ଗୀତର ନାମ ହେଉଛି 'ହାପି ହାପି ରେହେନେକା ପ୍ଲିଜ ଡୋଣ୍ଟ ଓରି' । ଏହି ବିଷୟରେ ଅନୁ କହିଛନ୍ତି, ଲକଡାଉନ ସମୟରେ ନିଜ ଘରେ ରହୁଥିବା ଲୋକମାନଙ୍କୁ ମନୋରଞ୍ଜନ କରିବା ପାଇଁ ମୁଁ ଏହି ଗୀତ ଆଣିଛି । ମୁଁ ଲୋକମାନଙ୍କୁ ଖୁସି କରିବାକୁ ଚାହୁଁଛି । ଅନୁଙ୍କ ଏହି ନୂତନ ଗୀତ ଭିଡିଓରେ ସେ ଘର କାମ କରୁଥିବା ଦେଖିବାକୁ ମିଳିଛି ।
ଅନୁ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଘରେ ବସିଥିଲି, ହଠାତ ଏହି ଗୀତ ମୋ ମନକୁ ଆସିଲା । ଏହାପରେ ମୁଁ ଭାବିଲି ଏହି କଷ୍ଟଦାୟକ ସମୟରେ ଲୋକମାନେ ସେମାନଙ୍କର ଉଦାସୀନତା, ଭୟ , ଦେଇ ଗତି କରୁଛନ୍ତି । ତେଣୁ ଲୋକମାନଙ୍କୁ ମନୋରଞ୍ଜନ ଏବଂ ଖୁସି କରିବା ପାଇଁ ମୁଁ ଏହି ଗୀତ ସେୟାର କରିଛି ।