ମୁମ୍ବାଇ: ଗତ ବର୍ଷ ଗାୟକ ଏବଂ ସଙ୍ଗୀତକାର ଅନୁ ମଲ୍ଲିକଙ୍କ ଉପରେ #MeToo ଅଭିଯାନ ଜରିଆରେ ଯୌନ ଶୋଷଣ ଅଭିଯୋଗ ଲାଗିଥିଲା । ଯାହାପରେ ତାଙ୍କୁ ରିୟାଲିଟି ଶୋ 'ଇଣ୍ଡିଆନ ଆଇଡଲ'ରୁ ବାହାର କରିଦିଆଯାଇଥିଲା । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ 'ଇଣ୍ଡିଆନ ଆଇଡଲ' ମେକର୍ସ ଅନୁଙ୍କୁ ଶୋରେ ଦ୍ବିତୀୟଥର ଆଣିବାକୁ ଚିନ୍ତା କରୁଛନ୍ତି । ଅନ୍ୟପଟେ ୟଶରାଜ ଫିଲ୍ମ ଷ୍ଟୁଡିଓର କବାଟ ଏଯାବତ ଅନୁଙ୍କ ପାଇଁ ଖୋଲିନାହିଁ । ୟଶରାଜ ଫିଲ୍ମ ଷ୍ଟୁଡିଓ ଅନୁଙ୍କ ଉପରେ ଲାଗିଥିବା ଯୌନ ଅଭିଯୋଗ ପରେ ତାଙ୍କୁ ନିଜ ଷ୍ଟୁଡିଓରେ ଏଣ୍ଟ୍ରି ନକରିବାର ବ୍ୟାନ ଲଗାଇଥିଲା ।
ୟଶରାଜ ଫିଲ୍ମ ଷ୍ଟୁଡିଓ ଅନୁଯାୟୀ ଅନୁଙ୍କୁ ଏହି ଷ୍ଟୁଡିଓର ଗେଟ ଭିତରୁ ଏଣ୍ଟ୍ରି କରିବା ମନା । ଯୌନ ଶୋଷଣ ଅଭିଯୁକ୍ତ ଅନୁଙ୍କ ବିରୋଧରେ ଏପିର କାର୍ଯ୍ୟନୁଷ୍ଠାନ ନେଇଛି ଷ୍ଟୁଡିଓ । ଗତ ବର୍ଷ ୟଶରାଜ ଫିଲ୍ମ ନିଜ ସିନିୟର ଏକ୍ଜିକ୍ୟୁଟିଭ ଆଶୀଷ ପଟେଲଙ୍କୁ ମଧ୍ୟ ବାହାର କରିଦେଇଥିଲେ । ତାଙ୍କ ଉପରେ ମଧ୍ୟ ଯୌନ ନିର୍ଯ୍ୟାତନା ଅଭିଯୋଗ ଲାଗିଥିଲା ।
ପ୍ରକାଶ ଥାଉକି କେବଳ ଅନୁ ନୁହଁନ୍ତି ତାଙ୍କ ସହ ଆଲୋକ ନାଥ ଓ ସାଜିଦ ଖାନଙ୍କ ବିରୋଧରେ ମଧ୍ୟ ଏପରି ବ୍ୟାନ ଲଗାଇଛି ୟଶରାଜ ଷ୍ଟୁଡିଓ ।
ଜଣାଉ ଦେଉଛୁ ଯେ ଅନୁଙ୍କ ଉପରେ ଗାୟିକା ଶ୍ବେତା ପଣ୍ଡିତ ଓ ସୋନା ମହାପାତ୍ର #MeToo ଅଭିଯାନ ଜରିଆରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ଯାହାକୁ ଖଣ୍ଡନ କରିଦେଇଥିଲେ ଅନୁ।