ମୁମ୍ବାଇ: ‘ଧଡକ’ ଫେମ ଜାହ୍ନବୀ କପୁର ଆଜି ନିଜର 24 ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । ଏହି ବିଶେଷ ଦିନରେ ବହୁ ପ୍ରଶଂସକଙ୍କ ସହିତ ବହୁ ବଲିଉଡ ସେଲିବ୍ରିଟି ଏବଂ ପରିବାରର ସଦସ୍ୟମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଉଛନ୍ତି ।
ଏହି ଅବସରରେ ଭଉଣୀ ଖୁସି କପୁର ଏବଂ ତାଙ୍କ ସଂପର୍କୀୟ ଭଉଣୀ ଅନସୁଲା କପୁର ଏକ ଖାସ ଅନ୍ଦାଜରେ ତାଙ୍କୁ ବର୍ଥଡେ ଓ୍ବିଶ ଜଣାଇଛନ୍ତି ।
ଖୁସି ଇନଷ୍ଟାଗ୍ରାମରେ କିଛି ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଜାହ୍ନବୀଙ୍କ ପିଲାଦିନ ସମୟର । ଯେଉଁଥିରେ ସେ ନାଇଟ୍ ସୁଟ୍ ପିନ୍ଧି ଏକ ଗୀତରେ ନାଚୁଥିବାର ନଜର ଆସିଛନ୍ତି ।
ସେୟାର ହୋଇଥିବା ଫଟୋରେ ଖୁସି -ଜାହ୍ନବୀ ନଜର ଆସିଛନ୍ତି । ଏହି ଫଟୋରେ ସେୟାର କରି କ୍ୟାପସନରେ ଖୁସି ଲେଖିଛନ୍ତି, 'ଜନ୍ମଦିନର ଶୁଭେଚ୍ଛା ଜାହ୍ନବୀ କପୁର, ମୁଁ ତୁମକୁ ବହୁତ ଭଲ ପାଏ' ।
- " class="align-text-top noRightClick twitterSection" data="
">
ଏଥିସହିତ ଅନସୁଲା ଜାହ୍ନବୀଙ୍କ ସହ ଫଟୋ ସେୟାର କରି ଲେଖିଛନ୍ତି, "ଜନ୍ମଦିନର ଶୁଭକାମନା @janhvikapoor । ତୁମେ ବହୁତ ଶକ୍ତିଶାଳୀ ଏବଂ ସାହସୀ । ଏବଂ ଏହି ସବୁ ମୁଁ ତୁମଠାରୁ ଶିଖିବି । ମୁଁ ତୁମକୁ ମୋର ହୃଦୟର ସହିତ ଭଲ ପାଏ । #"MyBaeBestBae #SistersBeforeMisters" ।
ଶନୟା କପୁର ମଧ୍ୟ ଜାହ୍ନବୀଙ୍କୁ ସ୍ପେଶାଲ ବର୍ଥଡେ ଓ୍ବିଶ ଜଣାଇଛନ୍ତି ।
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉ ଯେ, ଆଗାମୀ ସମୟରେ ଜାହ୍ନବୀଙ୍କୁ ଫିଲ୍ମ ରୁହି ରେ ଦେଖିବାକୁ ମିଳିବ, ଯାହା ଚଳିତ ବର୍ଷ ମାର୍ଚ୍ଚ 11 ରେ ବଡ ପରଦାରେ ରିଲିଜ ହେବ ।