ନୂଆଦିଲ୍ଲୀ: ଅଭିନେତା ଅଙ୍ଗଦ ବେଦୀ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଆକ୍ଟିଭ ଥିଲେ। ସେ ଗତ 16 ଦିନ ଧରି କୋରୋନା ସହ ଲଢୁଥିଲେ ଏବଂ ଗୋଟିଏ ଦିନ ପୂର୍ବରୁ ତାଙ୍କର କୋରୋନା ରିପୋର୍ଟ ନେଗେଟିଭ ଆସିଥିଲା ।
- " class="align-text-top noRightClick twitterSection" data="
">
ରିପୋର୍ଟ ନେଗେଟିଭ ଆସିବା ପରେ ସେ 16 ଦିନ ପରେ ତାଙ୍କ ପତ୍ନୀ ନେହା ଧୁପିଆ ଏବଂ ଝିଅ ମେହେରଙ୍କୁ ଭେଟିଥିଲେ । ଯାହାକୁ ନେଇ ସେ ଇନଷ୍ଟାଗ୍ରାମରେ ଏହାର ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି ।
- " class="align-text-top noRightClick twitterSection" data="
">
ଭିଡିଓରେ ଆପଣ ଦେଖିପାରିବେ ଯେ, ଅଙ୍ଗଦ ଘରେ ଏଣ୍ଟ୍ରି କରିବା ପରେ ସେ ତାଙ୍କ ଝିଅ ମେହେରଙ୍କୁ ପ୍ରଥମେ ଡାକନ୍ତି । ଝିଅ ପିତାଙ୍କୁ ଦେଖି ଖୁସିରେ ଦୌଡ଼ି ତାଙ୍କୁ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳିଛି । ଏଥିସହିତ ଅଙ୍ଗଦ ଝିଅକୁ ଚକୋଲେଟ୍ ମଧ୍ୟ ଖୁଆଉଥିବାର ଦେଖିବାକୁ ମିଳିଛି ।
ବାପା ଏବଂ ଝିଅଙ୍କ ଏହି ଭିଡିଓଟି ବହୁତ ସୁନ୍ଦର ଏବଂ ଭାବପ୍ରବଣ ଅଟେ ।
ଏହି ଭିଡିଓ ସେୟାର କରି ଅଙ୍ଗଦ ଲେଖିଛନ୍ତି, "କୋରୋନା ସମଗ୍ର ବିଶ୍ବର ଲୋକଙ୍କୁ ହଇରାଣ କରିଦେଇଛି । ଏହା ଅତ୍ୟନ୍ତ କଷ୍ଟକର ସମୟ ଅଟେ । କିନ୍ତୁ ଏଥିରୁ ଗୋଟିଏ ଜିନିଷ ଶିଖିବାକୁ ମିଳିଛି ଯେ ଆମେ ନିଜର ଲୋକଙ୍କ ମୂଲ୍ୟ ଜାଣିପାରୁଛୁ" । ଶେଷରେ ମୋର ରିପୋର୍ଟ ନେଗେଟିଭ ଆସିଲା ଏବଂ 16 ଦିନ ଆଇସୋଲେେସନରେ ରହିବା ପରେ ମୁଁ ମୋର ପ୍ରିୟ ପତ୍ନୀ ନେହା ଏବଂ ମୋ ଝିଅ ମେହେରଙ୍କୁ ଦେଖିବାକୁ ପାଇଲି । ମୁଁ ଏବେ ଘରେ ଅଛି । ନେହା, ତୁମେ ଏବଂ ମେହେର ଏକାଠି ମିଶି ଏକ ସୁନ୍ଦର ଘର ତିଆରି କରିଛ" ।