ETV Bharat / sitara

ସାଉଥ କୋରିଆରେ ଆୟୁଷ୍ମାନ ଯାଦୁ, ରିଲିଜ ହେବ ‘ଅନ୍ଧାଧୁନ’

ରାଷ୍ଟ୍ରାୟ ପୁରସ୍କାର ବିଜେତା ଆୟୁଷ୍ମାନ ଖୁରାନାଙ୍କ ସୁପରଡୁପର ହିଟ୍ ‘ଅନ୍ଧାଧୁନ’ ଚୀନ ପରେ ଏବେ ସାଉଥ କୋରିଆରେ ରିଲିଜ ହେବାକୁ ଯାଉଛି ।ଆଉ ସାଉଥକୋରିଆ ଦେଖିବ ଆୟୁଷ୍ମାନଙ୍କ ଯାଦୁ ।

author img

By

Published : Aug 24, 2019, 1:11 AM IST

ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ମୁମ୍ବାଇ: ନିକଟରେ ଚୀନରେ ରିଲିଜ ହୋଇଥିବା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଅନ୍ଧାଧୁନ’ ଜବରଦସ୍ତ କଲେକ୍ସନ କରି ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଥିଲା । ଏହି ଫିଲ୍ମଟି ଭାରତରେ ମଧ୍ୟ କୋଟି କୋଟି ଟଙ୍କା ଆୟ କରି ସୁପରହିଟ୍ ଫିଲ୍ମ ସାବ୍ୟସ୍ତ ହୋଇଥିଲା । ଯାହାଦ୍ବାରା ଜାତୀୟ ଫିଲ୍ମ ମହୋତ୍ସବରେ ଆୟୁଷ୍ମାନଙ୍କୁ ସର୍ବଶ୍ରଷ୍ଠ ଅଭିନେତା ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।

twitter
ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ଇତିମଧ୍ୟରେ ଏକ ଗୁଡନ୍ୟୁଡ ସାମ୍ନାକୁ ଆସିଛି । ଯାହାକୁ ନେଇ ଉତ୍ସାହିତ ‘ଅନ୍ଧାଧୁନ’ ମେକର୍ସ ଏବଂ ଷ୍ଟାର-କାଷ୍ଟ । କଥାଟି ହେଲା କି ଚୀନ ପରେ ଏବେ ଫିଲ୍ମଟି ସାଉଥ କୋରିଆରେ ରିଲିଜ ହେବାକୁ ଯାଉଛି । ଆଜ୍ଞା ହଁ, ଫିଲ୍ମଟି ଅଗଷ୍ଟ 28ରେ ସାଉଥ କୋରିଆର 90 ସ୍କ୍ରିନରେ ରିଲିଜ ହେବ ।

ଏହାର ସୂଚନା ଫିଲ୍ମ କ୍ରିଟିକ ଏବଂ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ବିଟ କରି ଦେଇଛନ୍ତି । ସେ ଫିଲ୍ମର ସାଉଥ କୋରିଆ ପୋଷ୍ଟର ସେୟାର କରି ଅଗଷ୍ଟ 28ରେ ରିଲିଜ ହେବ ବୋଲି ଲେଖିଛନ୍ତି । ପ୍ରକାଶ ଥାଉକି ଆୟୁଷ୍ମାନଙ୍କ ସହ ‘ଅନ୍ଧାଧୁନ’ରେ ରାଧିକା ଆପ୍ଟେ ଓ ତବ୍ବୁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମଟି ଜଣେ ଅନ୍ଧ ବ୍ୟକ୍ତିର କାହାଣୀକୁ ନେଇ ଆଧାରିତ ।

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.