ନୂଆଦିଲ୍ଲୀ: ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଟାଇଗର ଶ୍ରଫଙ୍କ ସହ କରଣ ଜୋହରଙ୍କ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର ୨’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ଅନନ୍ୟାଙ୍କ ଚମତ୍କାର ଅଭିନୟ ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଥିଲା ।
ଆଜି ଅନନ୍ୟା ଇନଷ୍ଟାଗ୍ରାମରେ ତାଙ୍କ ବିଏଫ୍ଏଫ୍ ଶନୟା କପୁରଙ୍କ ସହ ଏକ ସନ କିସଡ୍ ର ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଅନନ୍ୟାଙ୍କୁ ଏକ ଡେନିମ୍ ଜିନ୍ସ ସହିତ ଏକ ଧଳା କ୍ରପ ଟପ୍ ପିନ୍ଧିଥିବାର ଦେଖିବାକୁ ମିଳିଥିବାବେଳେ ଶନୟାଙ୍କୁ ଏକ ଧଳା ଶର୍ଟ ସହିତ ଏକ କ୍ରପ ଟପ୍ ପିନ୍ଧିଥିବାର ଦେଖିବାକୁ ମିଳିଥିଲା ।
ଏହି ସନ କିସଡ୍ ଫଟୋରେ ଉଭୟ ବହୁତ ସୁନ୍ଦର ଦେଖାଯାଉଥିଲେ ।
ଫଟୋର କ୍ୟାପସନରେ ଅନନ୍ୟା ଲେଖିଛନ୍ତି, "ଆମେ ଦୁଇଜଣ ବହୁତ ଭଲ ସାଙ୍ଗ ... କାରଣ ଆମେ ଦୁଇଜଣ ଦୁଇଜଣଙ୍କୁ ବହୁତ ଭଲ ଭାବରେ ଜାଣିଛୁ । # ଥ୍ରୋବ୍ୟାକ୍ # ଶାନି କେକ୍ # ସୋଲମେଟ୍" ।
- View this post on Instagram
We’ll be best friends forever... because you already know too much 😝 #Throwback #ShaniCake #Soulmate
">
ପରବର୍ତ୍ତୀ ସମୟରେ, ଅନନ୍ୟା ପ୍ରଥମ ଥର ପାଇଁ ଇଶାନ ଖଟ୍ଟରଙ୍କ ସହ 'ଖାଲୀ ପିଲି'ରେ ନଜର ଆସିବେ । ଯେଉଁଠାରେ ସେ ଦୀପିକା ପାଦୁକୋନ ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ସ୍କ୍ରିନ ସ୍ପେସ୍ ସେୟାର କରିବେ ।
ଅନନ୍ୟାଙ୍କୁ ବିଜୟ ଦେବରାକୋଣ୍ଡାଙ୍କ ସହ 'ଫାଇଟର୍'ରେ ମଧ୍ୟ ଦେଖିବାକୁ ମିଳିବ ।