ମୁମ୍ବାଇ: ବଲିଉଡରେ ସେଲିବ୍ରିଟି କିଡ୍ସଙ୍କ ଚେହେରା ପ୍ରାୟତଃ କୌଣସି ନା କୌଣସି ଫିଲ୍ମରେ ଦେଖିବାକୁ ମିଳିଥାଏ । ଗତ ବର୍ଷ ଯେଉଁଠାରେ ଅନେକ ସେଲିବ୍ରିଟି କିଡ୍ସ ବଲିଉଡରେ ଡେବ୍ୟୁ କରିଥିଲେ । ଏବର୍ଷ ମଧ୍ୟ ଆଉ ଏକ ସେଲିବ୍ରିଟିଙ୍କ ନାତି ବଲିଉଡରେ ଡେବ୍ୟୁ କରିବାକୁ ପ୍ରସ୍ତୁତ । ଆଜ୍ଞା ହଁ, ବିଶିଷ୍ଟ ଅଭିନେତା ଅମରିଶ ପୁରୀଙ୍କ ନାତି ବର୍ଦ୍ଧାନ ପୁରୀ ।
ସେ ଖୁବଶୀଘ୍ର ରୋଣାଣ୍ଟିକ, ଥ୍ରିଲର ଫିଲ୍ମ ‘ୟେ ସାଲି ଆଶିକୀ’ରେ ନଜର ଆସିବେ । ବର୍ଦ୍ଧାନଙ୍କ ବ୍ୟତୀତ ଏହି ଫିଲ୍ମ ଜରିଆରେ ଶିଭାଲେକା ଓବରାୟ ମଧ୍ୟ ବଲିଉଡରେ ଡେବ୍ୟୁ କରିବେ । ଇତିମଧ୍ୟରେ ଫିଲ୍ମର ଫାଷ୍ଟ ମୋଶନ ପୋଷ୍ଟର ରିଲିଜ ହୋଇଯାଇଛି।
ଫିଲ୍ମ କ୍ରିଟିକ ଓ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶଙ୍କ ଟ୍ବିଟରରେ ଫିଲ୍ମର ପୋଷ୍ଟର ସେୟାର କରି ଫିଲ୍ମ ରିଲିଜର ସୂଚନା ଦେଇଛନ୍ତି । ଏହି ମୋଶନ ପୋଷ୍ଟରେ ପୁଅ ଝିଅଙ୍କ ଦୁଇଟି ଆଙ୍ଗୁଠି ରକ୍ତରେ ଜୁଡୁବୁଡୁ ହୋଇଥିବାର ଦେଖାଯାଉଛି।
‘ୟେ ସାଲି ଆଶିକୀ’ର ନିର୍ଦ୍ଦେଶନା ଚିରାଗ ରୁପରେଲ କରୁଥିବା ବେଳେ ଏହାର ପ୍ରଯୋଜନା ଦାୟିତ୍ବ ତୁଲାଉଛନ୍ତି ଜୟନ୍ତୀଲାଲ ଗାଡା ଓ ରାଜୀବ ଅମରିଶ ପୁରୀ । ସେହିପରି ଫିଲ୍ମଟି ଆସନ୍ତା ମାସ 22ରେ ରିଲିଜ ହେବାକୁ ଯାଉଛି।