ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ମଜାଦାର ଭିଡିଓ, ଶାନଦାର କବିତା, ଅନେକ ଫଟୋ ସେୟାର କରି ସବୁବେଳେ ଫ୍ୟାନ୍ସଙ୍କ ସହ କନେକ୍ଟ ରହୁଛନ୍ତି। ଏଥର ସେ ଅସ୍ଥାୟୀ ଜୀବନକୁ ନେଇ ଏକ ପୋଷ୍ଟ କରିଛନ୍ତି । ପୋଷ୍ଟରେ ସେ ଜୀବନ ଉପରେ ଏକ ଶାନଦାର କବିତା ଲେଖିଛନ୍ତି ସମସ୍ତଙ୍କୁ ଆକର୍ଷିତ କରିଛନ୍ତି।
ସେ ଟ୍ବିଟରରେ ନିଜର ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ଦୋ ଦିନ କା ୟେ ମେଲା ହେ, ଦୋ ଦିନ କା ଆନା ହେ ଜାନା ହେ, ଜୀବନ ଚଲତେ ଜାନା ହେ।’ ତାଙ୍କ ଏହି କବିତାଟି ଅସ୍ଥାୟୀ ଜୀବନକୁ ନେଇ ଆଧାରିତ।
ନିଜ ଶବ୍ଦ ଜରିଆରେ ଜୀବନ ଓ ମୃତ୍ୟୁର ଚକ୍ର ସମସ୍ତଙ୍କୁ ବିଝାଇଛନ୍ତି। ଯଦି ଫଟୋ କଥା ହେବା ତେବେ ଫଟୋରେ ତାଙ୍କ ଯୁବାବସ୍ଥାରୁ ନେଇ ବୃଦ୍ଧାବସ୍ଥା ଦେଖିବାକୁ ମିଳୁଛି। ଫଟୋ ଏହା ମଧ୍ୟ ସୂଚାଇ ଦେଉଛନ୍ତି ଯେ ଜୀବନ ଅସ୍ଥାୟୀ, ଏହା ମଣିଷ ପାଇଁ କେବେ ବି ରୁହେନାହିଁ, ଏହା ଆଗକୁ ବଢିଚାଲିଥାଏ।