ନୂଆଦିଲ୍ଲୀ: କୋରୋନା ସହ ଲଢୁଛନ୍ତି ବଲିଉଡର ନମ୍ବର ୱାନ୍ ଫ୍ୟାମିଲି। ସେମାନେ ହେଲେ ବଚ୍ଚନ ପରିବାରର 4 ସଦସ୍ୟ। ବିଗ୍ ବି ଅମିତାଭ, ପୁଅ ଅଭିଷେକ ବୋହୂ ଓ ନାତୁଣୀ ଐଶ୍ବର୍ଯ୍ୟା ଓ ଆରାଧ୍ୟା ସମସ୍ତେ କୋରୋନା ମହାମାରୀରେ ଆକ୍ରାନ୍ତ। ଏଭଳି ସମୟରେ ଏହି ପରିବାର ସଦସ୍ୟଙ୍କ ସୁସ୍ଥ କାମନା କରିଛନ୍ତି ଫ୍ୟାନ ଫଲୋୟର୍ସ।
ମୁମ୍ବାଇର ନାନାବତୀ ହସ୍ପିଟାଲ ଭିଆଇପି ଆଇସୋଲେସନ ବେଡରେ କୋରୋନା ସହ ଲଢୁଥିବା ସମୟରେ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁ ପ୍ରକାର ଅପଡେଟ୍ ଦେଉଛନ୍ତି। ପୂର୍ବରୁ ସେ ଆଗଧାଡିର ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ କବିତା ଲେଖିଥିବା ବେଳେ ବର୍ତ୍ତମାନ ସେ ପରିବାରର ସମସ୍ତ ଆକ୍ରାନ୍ତ ସଦସ୍ୟଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି।
"ଆପଣମାନଙ୍କ ଭଲ ପାଇବା, ଶୁଭେଚ୍ଛା ଓ ଆର୍ଶୀବାଦ ଆମେ କୃତଜ୍ଞ। ଆପଣଙ୍କ ପ୍ରାର୍ଥନା ଆମ କାନରେ ବାଜୁଛି। ଆପଣଙ୍କ ସହଯୋଗ ଓ କାମନା ଆମ ପାଇଁ ସବୁ କିଛି। ଏଥିପାଇଁ ଆମେ ଆପଣଙ୍କୁ ହାତଯୋଡି ଧନ୍ୟବାଦ୍ ଜଣାଉଛୁ ବୋଲି ବିଗ୍ ବି ଟ୍ବିଟରେ ଲେଖିଛନ୍ତି।"
- View this post on Instagram
We see your love .. we hear your prayers .. we fold our hands 🙏🙏🙏🙏 .. in gratitude and thanks !
">
ଅମିତାଭ ବଚ୍ଚନ, ଅଭିଷେକ, ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାପୂର୍ବରୁ କେବଳ ବିଗ୍ ବି ଏବଂ ଅଭିଷେକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଶୁକ୍ରବାର ଦିନ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ସ୍ବାସ୍ଥ୍ୟ ବିଗିଡିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
ଏହି ସମୟରେ ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ, ଝିଅ ଶ୍ୱେତା ବଚ୍ଚନ ନନ୍ଦା ଏବଂ ତାଙ୍କ ପିଲାମାନେ ନଭ୍ୟା ନାଭେଲି ଏବଂ ଅଗସ୍ତ୍ୟା କୋରୋନା ଭାଇରସ ପାଇଁ ନେଗେଟିଭ୍ ଆସିଛି । ବଚ୍ଚନଙ୍କ ଜଲସା ନିବାସକୁ ଏକ କଣ୍ଟେଣ୍ଟମେଣ୍ଟ ଜୋନ୍ ଘୋଷିତ କରାଯାଇଛି ଏବଂ ସେଠାରେ ଏବଂ ମୁମ୍ବାଇର ଅନ୍ୟ ତିନୋଟି ଘରେ ସାନିଟାଇଜେସନ୍ କରାଯାଇଥିଲା।