ମୁମ୍ବାଇ: ଅମିତାଭ ବଚ୍ଚନ ନିକଟରେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଯାହାପରେ ତାଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଯାବତ ତାଙ୍କ ଚିକିତ୍ସା ଚାଲିଛି । ଇତିମଧ୍ୟରେ ଅମିତାଭ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ।
ନିକଟରେ ସେ ଟ୍ୱିଟର ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଜଣେ ବାଳକ ମାଉଥ ଅରଗାନ ବଜାଉଥିବାର ଦେଖିବାକୁ ମୁଳିଛି । ଏଥିରେ ସେ ବାଳକ ଜଣଙ୍କ ଟ୍ୟାଲେଣ୍ଟ ଦେଖି ଖୁବ୍ ପ୍ରଭାବିତ ହୋଇଛନ୍ତି ।
ଏହି ଭିଡିଓକୁ ସେୟାର କରି ଅମିତାଭ ଲେଖିଛନ୍ତି, ମୁଁ ପୂର୍ବରୁ କାହାକୁ ଏମିତି ମାଉଥ ଅରଗାନ ବଜାଉଥିବାର ଦେଖିନାହିଁ । ଅଦଭୁତ୍, ଅଦଭୁତ୍, ଅଦଭୁତ୍ ।
ଅମିତାଭ ସର୍ବଦା ନୂତନ ପ୍ରତିଭାକୁ ପ୍ରଶଂସା କରନ୍ତି ଏବଂ ତାଙ୍କ ପ୍ରଶଂସକଙ୍କ ନିକଟରେ ପହଞ୍ଚାଇବା ପାଇଁ ଚେଷ୍ଟା କରନ୍ତି ।
ଏହା ପୂର୍ବରୁ ବିଗ୍ ବି ଏକ ଝିଅର ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ଜଣେ ଝିଅଙ୍କ ଟ୍ୟାଲେଣ୍ଟ ଦେଖି ସେ ଖୁବ୍ ପ୍ରଭାବିତ ହୋଇଥିଲେ ।
ଭିଡିଓ ସେୟାର କରି କ୍ୟାପସନରେ ସେ ଲେଖିଥଲେ, ମୋ ମ୍ୟୁଜିକ ପାର୍ଟନର ତଥା ବନ୍ଧୁ ମୋତେ ଏହାକୁ ପଠାଇଛନ୍ତି । ମୁଁ ଜାଣିନାହିଁ ଏହି ଝିଅ କିଏ । ହେଲେ କହିବାକୁ ଚାହୁଁଛି ଝିଅ ତୁମ ପାଖରେ ସ୍ପେଶାଲ ଟ୍ୟାଲେଣ୍ଟ ଅଛି । ଭଗବାନ ସବୁବେଳେ ତୁମକୁ ଖୁସିରେ ରଖନ୍ତୁ ।
ବିଗ୍ ବିଙ୍କ ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟ ପାଇଁ ଦିନରାତି ପ୍ରାର୍ଥନା କରୁଛନ୍ତି । ଯେଉଁଥିପାଇଁ ବିଗ ଗି ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।
ପ୍ରକାଶ ଥାଉ କି, ଏହି ସମୟରେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିବା ପରେ ସେମାନେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ସେମାନେ ବର୍ତ୍ତମାନ ଘରେ ରହିବେ ବୋଲି ଅଭିଷେକ ଟ୍ବିଟରେ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ