ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ ସବୁବେଳେ ସୋସିଆଲ ମିଡିଆରେ କିଛି ନା କିଛି ସେୟାର କରିଥାନ୍ତି । ତେବେ ସବୁ ପ୍ରସଙ୍ଗ ଉପରେ ନିଜ ପକ୍ଷ ରଖୁଥିବା ଅମିତାଭ ଏବେ ମୁମ୍ବାଇ ବର୍ଷାକୁ ନେଇ ଏମିତି କିଛି ସେୟାର କରିଛନ୍ତି । ଯାହା ଦେଖି ତାଙ୍କ ଫ୍ୟାନ୍ସ ହସିବାରେ ଲାଗିଛନ୍ତି ।
ଆଜ୍ଞା ହଁ, ସେ ଏଥର ଟ୍ବିଟରରେ ମୁମ୍ବାଇ ବର୍ଷାର ମଜାକ ଉଡାଇ ମିମି ସେୟାର କରିଛନ୍ତି । ସେ ଯେଉଁ ମିମି ତିଆରି କରିଛନ୍ତି ସେଥିରେ ଲୋକପ୍ରିୟ ଗୀତ 'ଦୋ ଲଫଜୋ କି ହେ ଦିଲ କି କହାନୀ'ର ସ୍ନାପସଟ ଦେଖିବାକୁ ମିଳୁଛି । ଏହା ଅମିତାଭଙ୍କ ଫିଲ୍ମ 'ଦ ଗ୍ରେଟ ଗ୍ୟାମ୍ବଲର' ଫିଲ୍ମର ଗୀତ । ଗୀତରେ ତାଙ୍କ ସହ ଜୀନତ ଅମାନ ଇଟାଲୀରେ ନୌକାରେ ବସି ରୋମାଣ୍ଟକ ଅନ୍ଦାଜରେ ଗୀତ ଗାଉଥିବାର ନଜର ଆସିଥିଲେ ।
ସେ ଏହି ମିମି ତିଆରି କରିବାର କାରଣ ହେଲା କି ଏବେ ପୁରା ମୁମ୍ବାଇବାସୀ ବର୍ଷା ପାଇଁ ବେହାଲ ଅଛନ୍ତି । ସୁବ ସ୍ଥାନର ଯାତାୟତ ଠପ ହୋଇଯାଇଛି । ଚାରିଆଡେ କାନ୍ଥ ଭୁଶୁଡି ଅନେକ ଲୋକଙ୍କ ଜୀବନ ଗଲାଣି । ସେ ମୁମ୍ବାଇର ରାସ୍ତା ବ୍ୟବସ୍ଥାକୁ ନେଇ ଏପରି ମଜାକ ଉଡାଇଛନ୍ତି ।
ସେ ଫଟୋଟିକୁ ସେୟାର କରି 'ଜଲସା ହୋତେ ହୁଏ' ଲେଖିବା ସହ 'ଭୈୟା ଗୋରେଗାୱଂ ଲେନା' ବୋଲି କମେଣ୍ଟରେ ଲେଖିଛନ୍ତି । ଜଲସା ଜୁହୁରେ ସ୍ଥିତ ତାଙ୍କ ଘରର ନାମ ।