ମୁମ୍ବାଇ: କୋରୋନା ଭାଇରସ ସଙ୍କଟ ମଧ୍ୟରେ ସେଲିବ୍ରିଟି ଦେଶବାସୀଙ୍କୁ ସଚେତନା ବାର୍ତ୍ତାରେ ଦେବାରେ ଲାଗିଛନ୍ତି । ଏହାସହ ଅନେକ ସେଲିବ୍ରିଟି ଦାନ କରି କୋରୋନା ଭାଇରସ ଲଢେଇରେ ସହଯୋଗ କରିଛନ୍ତି । ସେହିପରି ବିଗ ବି ଅମିତାଭ ବଚ୍ଚନ ଟ୍ବିଟ କରି ପ୍ରାୟତଃ ଜନସାଧାରଣଙ୍କୁ ସୁରକ୍ଷିତ ରହିବାକୁ ପରାର୍ମଶ ଦେଉଥିବାର ନଜର ଆସୁଛନ୍ତି । ଏହାସହ ସେ କୋରୋନା ଯୋଦ୍ଧାଙ୍କ ସଲାମ କରିବାର କୌଣସି ସୁଯୋଗ ଛାଡୁନାହାଁନ୍ତି । ଏବେ ଏମିତି ଏକ ଟ୍ବିଟ ତାଙ୍କର ଭାଇରାଲ ହେଉଛି ।
ତାଙ୍କ ଟ୍ବିଟରେ ଫ୍ୟାନ୍ସଙ୍କ କମେଣ୍ଟ ଦେଖିବାକୁ ମିଳୁଛି । ସେ ଏକ ଟ୍ବିଟ କରି ଲେଖିଛନ୍ତି, ‘ଫ୍ରଣ୍ଟ ଲାଇନ କର୍ମକର୍ତ୍ତା, ଡାକ୍ତର ଓ ନର୍ସ ସାମାଜିକ ଯୋଦ୍ଧା । ଏମାନଙ୍କ ସାମ୍ନାରେ ମୁଁ ନତମସ୍ତକ ।’ ଏହି ଟ୍ବିଟ ସହ ସେ ଭଗବାନ ଗଣେଶଙ୍କ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଲେଖାଯାଇଛି ଯେ କିଏ କହୁଛି ଭଗବାନ ଆସନ୍ତି ନାହିଁ ?
ଏହି ଫଟୋରେ ନର୍ସ, ଡାକ୍ତର, ସଫେଇ କର୍ମତାରୀ ଓ ପୋଲିସ ଶବ୍ଦ ଜରିଆରେ ଗଣେଶଙ୍କ ଫଟୋ ତିଆରି କରାଯାଇଛି ।