ମୁମ୍ବାଇ: ବଲିଉଡ ସେହେନସା ଅମିତାଭ ବଚ୍ଚନ । ସର୍ବଦା ନିଜ କାମ ଉପରେ ଦେଇଥାଆନ୍ତି ଗୁରୁତ୍ବ । ଦେହ ଅସୁସ୍ଥ ଥିଲେ ମଧ୍ୟ ସେ ନିଜକୁ ପ୍ରସ୍ତୁତ କରିଥାଆନ୍ତି ନିଜ କାମ ପାଇଁ । ନିକଟରେ ଶୁଣିବାକୁ ମିଳୁଛି ଯେ ସେ ଅସୁସ୍ଥ ଅଛନ୍ତି । ମାତ୍ର ନିଜର କାମ କରିବା କିନ୍ତୁ ବନ୍ଦ କରିନାହାଁନ୍ତି ଅମିତାଭ । ସେ କହିଛନ୍ତି କି ଏହି ଯନ୍ତ୍ରଣା ଆଗରେ ସେ କେବେ ହାର ମାନିବେ ନାହିଁ ।
ତେବେ କିଛି ଦିନ ପୂର୍ବରୁ ସେ ଅସୁସ୍ଥ ଥିବା ଖବର ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଥିଲେ । ଗତ ମାସରେ ସେ ନିଜ ପ୍ରଶଂସକଙ୍କୁ ସୂଚିତ କରିଥିଲେ କି ସେ ରବିବାର ପ୍ରଶଂସକଙ୍କ ସହ କରୁଥିବା ସାକ୍ଷାତକାର ନିଜ ଅସୁସ୍ଥତା ପାଇଁ ରଦ୍ଦ କରିଦେଇଛନ୍ତି । ଗତ ମଙ୍ଗଳବାର ସେ ଲେଖିଥିବା ଏକ ବ୍ଲଗରୁ ଜଣାପଡୁଛି ଯେ ସେ ଏବେ ମଧ୍ୟ ସୁସ୍ଥ ହୋଇନାହାନ୍ତି ।
ନିଜର ଆଗାମୀ ଫିଲ୍ମ 'ଚେହରେ'ର ଲୁକ ସେୟାର କରି ଲେଖିଛନ୍ତି, "ମିଷ୍ଟର ପେନ(ଯନ୍ତ୍ରଣା) ଯଦି ତୁମେ ଆପେ ଆପେ ଠିକ୍ ହେଉନାହଁ ତେବେ ତୁମକୁ ରିପେୟାର କରିବାକୁ ପଡିବ । ମୁଁ ଏହା କରିପାରିବି । ଦୟା କରି ଏହାକୁ ସହଜରେ ନିଅନାହିଁ । ମୁଁ ଏମିତି ହିଁ କରିବି ।"
ଏଠାରେ ସୂଚନାଯୋଗ୍ୟ, ସେ ନିର୍ଦ୍ଦେଶକ ରୁମୀ ଜାଫରୀଙ୍କ ଆଗାମୀ ଫିଲ୍ମ 'ଚେହରେ'ରେ ନଜର ଆସିବେ ।