ETV Bharat / sitara

ଫ୍ଲପ ହିରୋରୁ ସୁପରଷ୍ଟାର, ବଲିଉଡରେ ବିତିଲା ବିଗ୍‌ ବିଙ୍କ 50 ବର୍ଷ - ଅଭିଷେକ ବଚ୍ଚନଙ୍କ ସୋସିଆଲ ମିଡିଆ ପୋଷ୍ଟ

ଆଜିର ଦିନରେ ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ବିଗ ବି । ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଅମିତାଭ ବଚ୍ଚନଙ୍କ ଏଣ୍ଟ୍ରୀକୁ ପୁରିଲାଣି 50 ବର୍ଷ । ଏବେ ତାଙ୍କର ଅଭିନୟ ମାଧ୍ୟମରେ କରି ଦର୍ଶକଙ୍କ ମନରେ କିଣୁଛନ୍ତି ମେଗାଷ୍ଟାର । ସେପଟେ ପିତାଙ୍କ ଅଭିନୟର 50 ବର୍ଷ ପୂର୍ତ୍ତି ଅବସରରେ ଭାବୁକ ହୋଇ ପୋଷ୍ଟ ସେୟାର କରିଛନ୍ତି ଜୁନିଅର ବଚ୍ଚନ।

ଡିଜାଇନ ଫଟୋ
author img

By

Published : Nov 7, 2019, 6:29 PM IST

ମୁମ୍ବାଇ: ଶତାଦ୍ଦୀର ମହାନାୟକ ଏବଂ ହିନ୍ଦୀ ସିନେମାର ସହେନ୍ସାଂ ଅମିତାଭ ବଚ୍ଚନ ଆଜିକା ଦିନରେ ବଲିଉଡ ଯାତ୍ରା ଆରମ୍ଭ କରିଥିଲେ । 50 ବର୍ଷରୁ ସେ ବଲିଉଡରେ ସକ୍ରିୟ ରହିଆସୁଛନ୍ତି । ତାଙ୍କ ସଦାବାହାର ଅଭିନୟକୁ ପରଦାରେ ଦେଖିବାକୁ ସବୁବେଳେ ବ୍ୟାକୁଳ ଥାଆନ୍ତି ଫ୍ୟାନ୍ସ । ସେ ମଧ୍ୟ ପରଦାରେ ନିଜ ଭିନ୍ନ ଭିନ୍ନ ଅବତାର ଆଣି ପ୍ରଶଂସକଙ୍କୁ ଖୁସ କରିଦିଅନ୍ତି । 77 ବର୍ଷ ବୟସରେ ମଧ୍ୟ ଅମିତାଭଙ୍କ ଚେହେରାରେ କାନ୍ତଭାବ ଦେଖିବାକୁ ମିଳୁନାହିଁ । ଆଜି ବି ସେ ନିଜ ଅଭିନୟରେ ଅନେକ କଳାକାରଙ୍କୁ ମାତ୍ ଦେଉଛନ୍ତି ।

କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଅମିତାଭ ବଚ୍ଚନଙ୍କୁ ପ୍ରଥମ ଫିଲ୍ମରେ ପାଇଁ କେତେ ଫିସ୍ ମିଳିଥିଲା ? ବଲିଉଡକୁ ଅନେକ ସୁପରହିଟ୍ ଫିଲ୍ମ ଦେଇଥିବା ଅମିତାଭ ଫ୍ଲପ ହିରୋରୁ ସୁପରଷ୍ଟାର ସାଜିଛନ୍ତି । 1969 ନଭେମ୍ବର 7ରେ ଅମିତାଭଙ୍କ ପ୍ରଥମ ଫିଲ୍ମ ‘ସାତ ହିନ୍ଦୁସ୍ତାନୀ’ ରିଲିଜ ହୋଇଥିଲା । ଆଉ ସେବେଠୁ ଏଯାବତ ବଲିଉଡରେ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛନ୍ତି ଅମିତାଭ । 1969ରେ ଆରମ୍ଭ ହୋଇଥିବା ତାଙ୍କ ଯାତ୍ରାର ସଫଳତା ଏଯାବତ ବଢି ଚାଲିଛି ।

ଏହା ସେହି ସମୟର କଥା ଯେବେ ମହାନାୟକଙ୍କ ଦକ୍ଷତାକୁ ଚିହ୍ନାବା ଭଳି କେହି ମିଳିନଥିଲେ । ସଂଘର୍ଷ ସମୟରେ ଅମିତାଭଙ୍କୁ ‘ସାତ ହିନ୍ଦୁସ୍ତାନୀ’ ଫିଲ୍ମର ଅଫର ମିଳିଥିଲା । ସେ କେବଳ ଅଭିନୟ କରିବାକୁ ଚାହୁଁଥିଲେ, ଟଙ୍କା ପ୍ରତି ତାଙ୍କର ଲୋଭ ନଥିଲା । ଏହି ଫିଲ୍ମ ପାଇଁ ଅମିତାଭଙ୍କୁ ମାତ୍ର 5 ହଜାର ଟଙ୍କା ମିଳିଥିଲା । ପ୍ରକାଶ ଥାଉକି ‘ସାତ ହିନ୍ଦୁସ୍ତାନୀ’ର କାହାଣୀ ଖ୍ବାଜା ଅହମ୍ମଦ ଅବ୍ବାସ ଲେଖିଥିଲେ । ଏହାସହ ଫିଲ୍ମର ନିର୍ମାତା ଏବଂ ନିର୍ଦ୍ଦେଶକ ମଧ୍ୟ ଅବ୍ବାସ ହିଁ ଥିଲେ ।

tweet
ଫଟୋ ସୌଜନ୍ୟ: ଟ୍ବିଟର@କରନ ଜୋହର

ବଲିଉଡରେ ବିଗ୍‌ ବିଙ୍କ 50 ବର୍ଷ ପୂରଣ ଅବସରରେ ଜୁନିଅର ବଚ୍ଚନ ତାଙ୍କ ସୋସିଆଲ ମିଡିଆରେ ଏକ ଭାବବିହ୍ବଳ ପୋଷ୍ଟ କରିଛନ୍ତି । ପିତାଙ୍କ ଏକ ପୁରୁଣା ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘କେବଳ ପୁଅ ରୂପେ ନୁହେଁ ବରଂ ଜଣେ ଅଭିନେତା ଏବଂ ପ୍ରଶଂସକ ରୂପେ ଆମେ ସମସ୍ତେ ଆପଣଙ୍କ ମହାନତାର ସାକ୍ଷୀ । ଏଠାରେ ପ୍ରଶଂସା କରିବା, ଶିଖିବା ବ୍ୟତୀତ ବହୁତ କିଛି ଅଛି । ସିନେପ୍ରେମୀର ଅନେକ ପିଢି କହୁନ୍ତି ଯେ, ଆମେ ବଚ୍ଚନ ଯୁଗରେ ରହୁଥିଲୁ । ଫିଲ୍ମ ଇଣ୍ଡଷ୍ଟ୍ରୀରେ 50 ବର୍ଷ ପୂରଣ କରିବା ଅବସରରେ ପା'ଙ୍କୁ ଶୁଭେଚ୍ଛା ଏବେ ଆମକୁ ଆଗାମୀ 50 ବର୍ଷର ଅପେକ୍ଷା ଅଛି ।’

ଅଭିଷେକଙ୍କ ବ୍ୟତୀତ ଫିଲ୍ମ ନିର୍ମାତା କରଣ ଜୋହର ମଧ୍ୟ ଟ୍ବିଟରେ ବିଗ ବିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଅଭିଷେକଙ୍କ ଟ୍ବିଟକୁ ରିଟ୍ବିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କରଣ ନିଜ କ୍ୟାପସନରେ ଲେଖିଛନ୍ତି, ‘ସେ ଏଣ୍ଟରଟେନମେଣ୍ଟ ଜଗତରେ ସବୁବେଳେ ଦୁନିଆର ସବୁଠାରୁ ଅଧିକ ପ୍ରେରଣାଦାୟକ କରୁଥିବାର କାହାଣୀ ପରି ରହିବେ । ଶବ୍ଦରେ ତାଙ୍କ ମହାନତାକୁ କୁହାଯାଇପାରିବ ନାହିଁ ।’

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.