ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରୋନା ଭାଇରସ ବିପଦକୁ ଦୃଷ୍ଟିରେ ରଖି ଜନତାଙ୍କୁ ଆସନ୍ତା 22 ତାରିଖରେ ଜନତା କର୍ଫ୍ୟୁ ପାଳନ କରିବାକୁ ଅପିଲ କରିଛନ୍ତି। ଯାହାକୁ ବଲିଉଡର ଷ୍ଟାର୍ସ ସପୋର୍ଟ କରିଛନ୍ତି। ମହାନାୟକ ଅମିତାଭ ବଚ୍ଚନ ସର୍ବପ୍ରଥମେ ଏହାର ସମର୍ଥନ କରିଛନ୍ତି । ସେ ସୋସିଆଲ ମିଡିଆରେ ଫ୍ୟାନଙ୍କୁ ଅପିଲ କରିଛନ୍ତି ଯେ ସୁରକ୍ଷିତ ରହିବା ସହ ସତର୍କତା ରଖନ୍ତୁ ।
ସେ ଟ୍ବିଟରରେ ମୋଦିଙ୍କୁ ସପୋର୍ଟ କରି ଲେଖିଛନ୍ତି, ‘ମୁଁ ଜନତା କର୍ଫ୍ୟୁର ସମର୍ଥନ କରୁଛି। ମାର୍ଚ୍ଚ 22ରେ ସକାଳ 7 ଘଟିକାରୁ ରାତି 9 ଘଟିକା ପର୍ଯ୍ୟନ୍ତ। ମୁଁ ସବୁ ସାଥୀ ଦେଶବାସୀଙ୍କ ପ୍ରଶଂସା କରୁଛି। ଯିଏ ଏପରି ପରିସ୍ଥିତିରେ ଆବଶ୍ୟକ ସେବାକୁ ଚାଲୁ ରଖିବା ପାଇଁ ପ୍ରାୟସ କରୁଛନ୍ତି। ଏକଜୁଟ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ନିୟମ ପାଳନ କରନ୍ତୁ।’
ସେହିପରି ବିଶିଷ୍ଟ ଅଭିନେତା ଋଷି କପୁରଙ୍କ ଟ୍ବିଟରରେ ଟ୍ବିଟ କରି ଫ୍ୟାନ୍ସଙ୍କୁ ଜନତା କର୍ଫ୍ୟୁର ସମର୍ଥନ କରିବାକୁ ଅପିଲ କରିଛନ୍ତି । ଋଷିଙ୍କ ବ୍ୟତୀତ ଅକ୍ଷୟ କୁମାର, ଅଜୟ ଦେବଗନ, ରିତେଶ ଦେଶମୁଖ, ହେମା ମାଳିନୀ, ସଞ୍ଜୟ ଦତ୍ତ ଓ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ମଧ୍ୟ ଟ୍ବିଟ କରି ଜନତା କର୍ଫ୍ୟୁର ସମର୍ଥନ କରିଛନ୍ତି ।