ETV Bharat / sitara

ସେହେନ୍ସାଙ୍କୁ ଛୁଟୁଛି ସିତାରାଙ୍କ ଶୁଭେଚ୍ଛାର ସୁଅ

author img

By

Published : Oct 11, 2019, 2:46 PM IST

ସୋସିଆଲ ମିଡିଆରେ ବର୍ତ୍ତମାନ ଟ୍ରେଣ୍ଡ କରୁଛୁ ବିଗ ବି ଅମିତାଭ ବଚ୍ଚନଙ୍କ 77ତନ୍ମ ଜନ୍ମଦିନ । ଫ୍ୟାନ୍ସଙ୍କ ଠାରୁ ନେଇ ଷ୍ଟାର୍ସଙ୍କ ପର୍ଯ୍ୟନ୍ତ ତାଙ୍କୁ ଶୁଭେଚ୍ଛା ଦେବାରେ ଲାଗିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଯାଦୁ ଏମିତି କି ଅଭିନୟ ଦୁନିଆର ବଡ ବଡ ଷ୍ଟାର୍ସ ତାଙ୍କ ସହ ଗୋଟିଏ ସିନ କରିବାକୁ ସବୁବେଳେ ବ୍ୟାକୁଳ । ତାଙ୍କ ସହ କାମ କରିବା ଷ୍ଟାରଙ୍କ ପାଇଁ କୌଣସି ବଡ ଡ୍ରିମ ଠାରୁ କମ ନୁହେଁ । ଆଜି ଅମିତାଭଙ୍କ 77ତନ ଜନ୍ମଦିନ । ଆଉ ତାଙ୍କୁ ଶୁଭେଚ୍ଛା ଦେବାକୁ ଭୁଲି ନାହାଁନ୍ତି ଷ୍ଟାର୍ସ । ସାଧାରଣ ଦର୍ଶକଙ୍କ ଠାରୁ ନେଇ ବଲିଉଡ ସେଲିବ୍ରିଟି ମଧ୍ୟ ସୋସିଆଲ ମିଡିଆରେ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ।

tweet-6
ଫଟୋ ସୌଜନ୍ୟ: ଟ୍ବିଟର@ଅନୁଭବ ମହାନ୍ତି

ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତଙ୍କ ଠାରୁ ନେଇ ଶିଳ୍ପା ସେଟ୍ଟୀ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଟ୍ବିଟରରେ ଜନ୍ମଦିନ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ମାଧୁରୀ ଏକ ପୋଷ୍ଟରେ ଲେଖିଛନ୍ତି, ‘ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ସାର ବଚ୍ଚନ ସାହାବ । ଆପଣଙ୍କ ଏନର୍ଜୀ ଏବଂ ଉତ୍ସାହ ପ୍ରେରଣାଦାୟକ । ହୃଦୟରୁ ପ୍ରେମ ଆଉ ସ୍ନେହ ଆପଣଙ୍କୁ ।’

tweet-2
ଫଟୋ ସୌଜନ୍ୟ: ଟ୍ବିଟର@ମାଧୁରୀ ଦୀକ୍ଷିତ

ସେପଟେ ଚୁଲବୁଲି ଅଭିନେତ୍ରୀ ପରିଣୀତି ଚୋପ୍ରା ଲେଖିଛନ୍ତି, ‘ହାପି ବର୍ଥଡେ ସାର । ଏବର୍ଷ ଆପଣଙ୍କ ପାଇଁ ଶାନଦାର ସାବ୍ୟସ୍ତ ହେଉ ଗତ ବର୍ଷ ଅପେକ୍ଷା । ସବୁବେଳେ ଖୁସି ଏବଂ ସ୍ବାସ୍ଥ୍ୟବାନ ରୁହନ୍ତୁ । ଲଭ ୟୁ ସର ।’

tweet-5
ଫଟୋ ସୌଜନ୍ୟ: ଟ୍ବିଟର@ପରିଣୀତି ଚୋପ୍ରା

ପପୁଲାର ଫିଲ୍ମ ନିର୍ମାତା କରନ ଜହୋର ବିଗ ବିଙ୍କ ଜନ୍ମଦିନ ଅବସରେ ଇନଷ୍ଟାଗ୍ରାମରେ ଏକ ଇମୋଶନାଲ ପୋଷ୍ଟ ସେୟାର କରି ମନ କଥା ବଖାଣିଛନ୍ତି । ସେହପରି ଫିଲ୍ମ ନିର୍ମାତା ଓ କୋରିଓଗ୍ରାଫର ଫରହା ଖାନ ମଧ୍ୟ ଅମିତାଭଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

tweet-1
ଫଟୋ ସୌଜନ୍ୟ: ଟ୍ବିଟର@ଅଜୟ ଦେବଗନ

ବି-ଟାଉନର ସିଂଘମ ଅଜୟ ଦେବଗନ, ଅନିଲ କପୁର, ସୋନମ କପୁର, ଶିଳ୍ପା ସେଟ୍ଟୀ କୁନ୍ଦ୍ରା, ନେହା ଧୂପିୟା, ଫରହାନ ଅଖତର, କୁନାଲ ଖେମୁ, ଦିବ୍ୟା ଦତ୍ତା ଭଳି କଳାକାର ସୋସିଆଲ ମିଡିଆରେ ଅମିତାଭଙ୍କୁ ବର୍ଥଡେ ୱିଶ କରିବା ସହ ସେଲିବ୍ରେଶନ ମୁଡରେ ନଜର ଆସୁଛନ୍ତି । ଖାଲି ବଲିଉଡ କଳାକାର ନୁହେଁ ଓଲିଉଡ ଜଗତର ସୁପରଷ୍ଟାର ତଥା ବିଜେଡି ନେତା ଅନୁଭବ ମହାନ୍ତି ମଧ୍ୟ ଟ୍ବିଟର ଆକାଉଣ୍ଟରେ ଅମିତାଭଙ୍କୁ ଶୁଭେଚ୍ଛା ଜଣାଇବା ସହ ସୁସ୍ଥ ରହିବାର କାମନା କରିଛନ୍ତି । ଏହାସହ ତାଙ୍କ କାମର ମଧ୍ୟ ବେଶ ପ୍ରଶଂସା କରିଛନ୍ତି ।

tweet-3
ଫଟୋ ସୌଜନ୍ୟ: ଟ୍ବିଟର@ଅନିଲ କପୁର

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.